csstore

ଗ୍ରାମାଞ୍ଚଳ ଗଣିତ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଉଦଘାଟିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟ ପରିସରରେ ଧୁରିଆପଡା ଅଙ୍କ ଫାଉଣ୍ଡେସନ ଓ ସଷ୍ଟେନେବୁଲ ଇକୋନୋମିକ ଆଣ୍ଡ ଏଜୁକେସନାଲ ଡେଭେଲପମେଣ୍ଟ ସୋସାଇଟି ଇଣ୍ଡିଆ ତରଫରୁ ଗ୍ରାମାଞ୍ଚଳ ଗଣିତ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ସଂଯୋଜକ ତଥା ଆଇଆଇଟି ଖଡ଼ଗପୁରର ପ୍ରଫେସର ପ୍ରତିମା ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉଦଘାଟିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଚନ୍ଦନ କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବ୍ଲକ ଶିକ୍ଷା ଅଧିକାରୀ ଗଣେଶ କିଷାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ନାଏକ, ସମାଜସେବୀ ବିପ୍ର ସାହୁ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଗଣିତ ଶିକ୍ଷା ପ୍ରତି ଆଗ୍ରହୀ ହେବା ବିକାଶର ପ୍ରଥମ ପାହାଚ ବୋଲି କହିଥିଲେ । ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ପ୍ରାକ୍ତନ ବରିଷ୍ଠ ଗଣିତ ଶିକ୍ଷକ ଜିନେଶ ପ୍ରଧାନ, ଭଦ୍ରକ ମହାବିଦ୍ୟାଳୟର ପ୍ରଫେସର ଡ଼. ଆଲୋକ କୁମାର ସାହୁ, ଝାରବନ୍ଧ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ହୃଦାନନ୍ଦ ଭୋଇ, ବରଗଡ଼ ପଂଚାୟତ ମହାବିଦ୍ୟାଳୟର ପ୍ରଫେସର ଡ଼. ଅଭିଳାଷ ସାହୁ ବିଭିନ୍ନ ନିର୍ଘଣ୍ଟରେ ଛାତ୍ରଛାତ୍ରୀଙ୍କୁ ଗଣିତ ଶିକ୍ଷାର ବିଭିନ୍ନ ସରଳ ସମାଧାନ ପ୍ରକ୍ରିୟା ବିଷୟରେ ଅଧ୍ୟାପନା ଦେଇଥିଲେ । ଶିକ୍ଷକ କୁମୁଦ କୁମାର ମଟାରି ସଭା ସଂଯୋଜନା କରିଥିଲେ । ପଞ୍ଚସଖା ଶିକ୍ଷାସେତୁ ସଭ୍ୟ କିଷନ ଅଗ୍ରୱାଲ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ନାଏକ, ବୈଶାଖୁ ପଧାନ, ସମାଜସେବୀ ମଧୁସୂଦନ ସାହୁ, ଶିକ୍ଷକ ବିରେନ୍ଦ୍ର କୁମାର ସାହୁ, ଅଜିତ ରଣା, ସୁମନ୍ୟୁ ପଧାନ, ସିଆର୍‌ସିସି ରମେଶ ଭୋଇ, ନରେନ୍ଦ୍ର ପୁରୋହିତ, ଚିତ୍ତରଞ୍ଜନ ଠାକୁର, ଶିକ୍ଷୟିତ୍ରୀ ରଣା, ପ୍ରଗତି ସାହୁ, ଶ୍ରଦ୍ଧାଞ୍ଜଳି ନାଥ, ସହାୟକ ଗରୁଡ଼ ସାହୁ, ସହାୟିକା ସବିତା ସେଠି ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.