ଶିକେର ପାଟ ମହୋତ୍ସବ ଉଦଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ଖଡଙ୍ଗା ଅଞ୍ଚଳର ଭାଷା, ସାହିତ୍ୟ, ଲୋକ କଳା, ସଂସ୍କୃତି, ପ୍ରତିଭା, ଐତିହ୍ୟ ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁଁ ଘୁନା ମହୋତ୍ସବ ପଡିଆ ଠାରେ ଚାଲିଥିବା ଶିକେରପାଟ ମହୋତ୍ସବ ୨୦୨୫-୨୬ ଉଦଘାଟିତ ହୋଇଯାଇଛି । ମହୋତ୍ସବ କମିଟି ସଭାପତି ରୋହିତ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ଉପସ୍ଥିତ ରହିଥିଲେ । ସମ୍ମାନିତ ଅତିଥି ଭାବରେ ଗୁଡଭେଲା ବିଡିଓ ଗୁରେଶ୍ୱର ଭୋଇ, ତୁଷୁରା ତହସିଲଦାର ଆର୍ତ୍ତତ୍ରାଣ ଥାର୍ଟି, ଶିକ୍ଷାବିତ ହେମନ୍ତ ଦଳପତି ଉପସ୍ଥିତ ରହି ନିଜର ଅଭିଭାଷଣରେ ଅଞ୍ଚଳର ସାଂସ୍କୃତିକ ବିକାଶ ପାଇଁ ଏହି ମହୋତ୍ସବ ଏକ ବଡ ମାଧ୍ୟମ ସହ ଅଞ୍ଚଳର ଯୁବଗୋଷ୍ଠୀଙ୍କ ପ୍ରୟାସ ପ୍ରଶଂସନୀୟ ବୋଲି କହିଥିଲେ । ଉକ୍ତ ସଭାରେ ସ୍ୱାଗତ ଭାଷଣ ଲମ୍ବୋଦର ମନହିରା ଦେଇଥିବାବେଳେ ଚକାନନ୍ଦ କମ୍ପ ସଭା ପରିଚାଳନା କରିଥିଲେ । ଅରୁଣ ହରପାଲ ଧନ୍ୟବାଦ ଅର୍ପଣ କରିଥିଲେ । ଓଡିଆ ଭାଷା ସାହିତ୍ୟ, ସଂସ୍କୃତି ବିଭାଗ ଓ ପର୍ଯ୍ୟଟନ ବିଭାଗ ଓଡିଶା ସରକାରୀଙ୍କ ସହଯୋଗରେ ବଜାଶାଲ-ଜୁଡାଝଲ୍‌କା କଳାପରିଷଦ, ବଲାଙ୍ଗିର, କୋକିଳା ଡ୍ୟାନ୍ସ ଓ ମ୍ୟୁଜିକ ଏକାଡେମୀ ଭୁବନେଶ୍ୱର, ଭଜନ-ଭକ୍ତି ଅଞ୍ଜଳି, ଖୋର୍ଦ୍ଧା, ଶିକେରପାଟ୍ କଳାପରିଷଦ ରହେନମାଲ, ନାଟକ-ମିକ୍ସଚର କିଚକ ବଧ, ସିକୁଆ ଏବଂ ଆଞ୍ଚଳିକ ୧୫ରୁ ଅଧିକ କଳାକାର ନିଜର କଳା ପ୍ରଦର୍ଶନ କରିଛନ୍ତି । ଯାହା ଦର୍ଶନକୁ ବେଶ୍ ବାନ୍ଧି ରଖିଥିଲା । ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁଧିର ନାଏକ ସଂଯୋଜନା କରିଥିଲେ ।

Leave A Reply

Your email address will not be published.