
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର କୃପାସିନ୍ଧୁ ଭୋଇଙ୍କ ସୂର୍ଯ୍ୟକୃପା ନିବାସ ପରିସରରେ ଚାରିଦିନ ଧରି ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମେଡ଼ିସିନ ବିଶେଷଜ୍ଞ ଡାକ୍ତର ସଂଜୀବ ଭୋଇଙ୍କ ସହ ଆହୁରି ଛଅ ଜଣ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ଯୋଗ ଦେଇଥିଲେ । ୪୫୨ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନାମ ରେଜିଷ୍ଟ୍ରେସନ ହୋଇଥିଲା । ଗରିବ ଲୋକଙ୍କୁ ଦାନ ଦକ୍ଷିଣା ସହ କମ୍ବଳ ବଣ୍ଟନ କରାଯାଇଥିଲା । ସୂର୍ଯ୍ୟକୁମାରୀ ଭୋଇଙ୍କ ସ୍ମୃତି ପାଇଁ ଏହି ଦାନ ଦକ୍ଷିଣା କରାଯାଇଥିବା ବେଳେ ପ୍ରକୃତିବନ୍ଧୁ ବଡ ଶତପଥୀଙ୍କ ସ୍ମୃତି ପାଇଁ ଏକ ଅଶୋକ ଚାରା ଲଗାଇ ଏହାର ଯତ୍ନ ନେବା ପାଇଁ ପରିବାରର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା । ଏହି ଅଶୋକ ଚାରା ଲଗାଇବା ବେଳେ ଜଗବନ୍ଧୁ ଭୋଇ, ଡାକ୍ତର ସଂଜୀବ ଭୋଇ, ପୂର୍ବତନ ବରଗଡ ସାଂସଦ ସଞ୍ଜୟ ଭୋଇ, କଲ୍ୟାଣୀ ଭୋଇ ଡାକ୍ତର ବନ୍ଦିନୀ ଭୋଇ, ଡ. ଶିବାନୀ ଭୋଇ, ଡ଼. ଦାମିନୀ ଭୋଇ, ଡ଼. ଇସାନି ଭୋଇ, ଡ଼. ପ୍ରିୟଦର୍ଶିନୀ ଭୋଇ, ପରିବାରର ଅନ୍ୟ ସଦସ୍ୟଙ୍କ ସହ ବିନୋଦ କାଳିଆ, ମନୋଜ ତ୍ରିବେଦୀ, ହରଦୀପ ସିଂ, ପ୍ରତାପ ନାୟକ, ସୁଶୀଲ ଭୋଇ ପ୍ରମୁଖ ଉପସ୍ଥିତ ରହି ଗଛ ରୋପଣ ସମୟରେ ସହଯୋଗ କରିଥିଲେ । ଏହି ଗଛର ଚାରିପଟେ ଏକ ସୁନ୍ଦର ଚାନ୍ଦିନୀ ତିଆରି କରି ସୁରକ୍ଷା ପାଇଁ ଶୀଘ୍ର ତାରଜାଲିର ବ୍ୟବସ୍ଥା କରାଯିବ ବୋଲି ଜଗବନ୍ଧୁ ଭୋଇ କହିଥିଲେ ।