ମୁରିବାହାଲ ଓ ଚଣାବାହାଲ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମୁରିବାହାଲ ସଦର ଓ ଚଣାବାହାଲ ଗ୍ରାମରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ଗୁରୁବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ଯୋଗେଶ୍ୱର ବିହାରରେ ଅନୁଷ୍ଠିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଦ୍ୱାବିଂଶତମ ବାର୍ଷିକ ଉତ୍ସବରେ ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି, ସରପଞ୍ଚ ବିଶ୍ଵବିହାରୀ ଯୋଶୀ, ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ଅଲେଖ ମହିମା ମଠର ମଠାଧିଶ ସାଧୁ ସୁଶୀଲ ଦାସ ସମ୍ମାନିତ ଅତିଥି ଓ ବିଶ୍ୱହିନ୍ଦୁ ପରିଷଦ ଓଡିଶା, ପଶ୍ଚିମ ପ୍ରାନ୍ତ ମାତୃଶକ୍ତି ସଂଯୋଜିକା ସରସ୍ଵତୀ ନନ୍ଦ ମୁଖ୍ୟବକ୍ତା ରୂପେ ଯୋଗଦେଇ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ । ପରିଚାଳନା କମିଟି ସଭାପତି ନାରାୟଣ ସାହୁ ଅତିଥି ପରିଚୟ ପ୍ରଦାନ, ସମ୍ପାଦକ ଭରତ ଦାସ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ସୁମନାନନ୍ଦ ଖମାରୀ ବାର୍ଷିକ ବିବରଣୀ ପଠନ କରିଥିଲେ । ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନଙ୍କୁ ସ୍ଵତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ବାର୍ଷିକ କ୍ରୀଡା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ପକ୍ଷରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଚାର୍ଯ୍ୟ ଗୋବିନ୍ଦ ଦାସ ସଭା ପରିଚାଳନା ଓ ଯୁଗ୍ମ ସମ୍ପାଦକ ସୁବାସ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ, ଗୁରୁମା, ଅଭିଭାବକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସେହିପରି ଚଣାବାହାଲ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା କମିଟି ସଭାପତି ସତ୍ୟବାନ ଦୀପଙ୍କ ଅଧ୍ୟକ୍ଷତାରେ ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି, ଖଡ଼ିଆଳ କଲେଜର ବିଜ୍ଞାନ ଅଧ୍ୟାପକ ଧ୍ରୁବଚରଣ ପାତ୍ର, କଣ୍ଟାବାଞ୍ଜି ସଙ୍କୁଳ ପ୍ରମୁଖ ରାମଚନ୍ଦ୍ର ସାହୁ, ସମ୍ପାଦକ ମଣି ମେହେର, ପ୍ରଧାନ ଆଚାର୍ଯ୍ୟ ରାମଚନ୍ଦ୍ର ମହାନନ୍ଦ ସମ୍ମାନିତ ଅତିଥି ଓ ଶିକ୍ଷା ବିକାଶ ସମିତି, ଦକ୍ଷିଣ ପଶ୍ଚିମ ସମ୍ଭାଗ ତଥା ଅଧ୍ୟାପକ ରୁଦ୍ରମାଧବ ବାରିକ ମୁଖ୍ୟବକ୍ତା ରୂପେ ଯୋଗଦେଇ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଥିଲେ । ଆଚାର୍ଯ୍ୟା ସୁଶିଲା ମେହେର ବାର୍ଷିକ ବିବରଣୀ ପଠନ ଓ ଆଚାର୍ଯ୍ୟ ନବୀନ ଭୋଇ ମଞ୍ଚ ପରିଚାଳନା କରିଥିଲେ । ସାମ୍ବାଦିକ ନବିନ କୁମାର ତାଣ୍ଡି, ସୁରଦାସ ବାଗ, ପ୍ରତୀକ କୁମାର ଦାସ ଓ ବେଣୁଧର ଛତ୍ରିଆଙ୍କୁ ସମ୍ମାନିତ କରିବା ସହ ବିଦ୍ୟାଳୟର କୁନିକୁନି ପ୍ରତିଭାମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ, ଗୁରୁମା ସମ୍ପୂର୍ଣ୍ଣ ସହଯୋଗ କରିଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.