csstore

ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ୨୦୨୫-୨୬ : ତୃତୀୟ ଦିବସ ବନଦୁର୍ଗା ଫୁଟବଲ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ମାଗୁରବେଡା ପଂଚାୟତ ନିକଟ ଲୋୟର ସୁକତେଲ ଡ୍ୟାମ ଖେଳ ପଡିଆରେ ତୃତୀୟ ଦିବସରେ ବନଦୁର୍ଗା ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ମେରା ଯୁବା ଭାରତ (ନେହେରୁ ଯୁବକେନ୍ଦ୍ର) ବନଦୁର୍ଗା ମହୋତ୍ସବ କମିଟି ଓ ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ, ବାରପୁଡୁଗିଆ ଉଦ୍ୟମରେ ଏକ ନୂତନ ଭାବେ ନିର୍ମିତ ଖେଳ ପଡିଆରେ ଆଜି ମୁଖ୍ୟ ଅତିଥି ଯୁବନେତା ଆକାଶ ମିଶ୍ର, କୁଶମେଲ ସରପଂଚ କୌସ୍ତୁବ ସାହୁ, ନିମାଇଁ ଚରଣ ପାଣିଗ୍ରାହୀ, ବରିଷ୍ଠ ଫୁଟବଲ ଖେଳାଳି ମନୋଜ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବନଦୁର୍ଗା ମହୋତ୍ସବ କମିଟିର ଅଧ୍ୟକ୍ଷ ସଂଜୟ କୁମାର ଗଡତ୍ୟା ଓ ଉପ-ସଭାପତି କୈଳାସ ଚନ୍ଦ୍ର ସିଂଦେଓ, ସଂପାଦକ ଜୟକୃଷ୍ଣ ମିଶ୍ର, ସହ-ସଂପାଦକ ବିକାଶ ରଂଜନ ରଥ, କୋଷାଧ୍ୟକ୍ଷ ନରେନ୍ଦ୍ର କୁମାର ବିଶି, ରାମ କିଶୋର ଅଦାବରିଆ, ପ୍ରମୋଦ ପଟେଲ, ଯୁଗଳ ରଣା, ଭରତ କୁମାର ସାହୁ, ପିଙ୍କୁ ଭୋଇ, ବ୍ୟାସଦେବ ବନଛୋର, ଅଜୟ ଗଡତ୍ୟା ଓ ରେଫରି ଉମେଶ ଭୋଇ, ଜଳନ୍ଧର ସାହୁ, ବିକି ବିଶି, ସଦାନନ୍ଦ ମହଲା, ପରମେଶ୍ୱର ନାଏକ ପ୍ରମୁଖ ପରିଚାଳନା କରିଥିଲେ । ଆଜିର ମ୍ୟାଚରେ ତମିଆଁକୁ ୧-୦ ଗୋଲରେ ହରାଇ ଗେର୍ଡି ସେମିଫାଇନାଲକୁ ଉନ୍ନିତ ହୋଇଛି । ଦ୍ୱିତୀୟ ଦିବସ ମ୍ୟାଚ୍‌ରେ ଘସିଏନକୁ ୫-୪ ଟାଇବ୍ରେକର ଗୋଲ ଦେଇ ସାରସପିଟା ସେମିଫାଇନାଲକୁ ଉନ୍ନିତ ହୋଇଛି ।

jayashree
Leave A Reply

Your email address will not be published.