ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଡଟିକା କ୍ରୀଡା ସଂଘ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ରାଜ୍ୟ ସ୍ତରୀୟ ବଡଟିକା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମି ଫାଇନାଲ୍ ଖେଳ ବି୍ଏଫ୍ ସି କୁଚିଣ୍ଡା ଦଳ ଓ ବରଗଡ ୟୁନାଇଟେଡ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆଜିର ଖେଳରେ ବି୍ଏଫ୍ ସି କୁଚିଣ୍ଡା ଟ୍ରାଇବେକର ଜରିଆରେରେ ବିଜୟୀ ହୋଇ ପୁଲ୍ -ଏ ରୁ ଫାଇନାଲକୁ ପ୍ରବେଶ କରିଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଆଗଲପୁର ବ୍ଲକ୍ ଅଧ୍ୟକ୍ଷ ମନମୋହନ ପଟେଲ ଯୋଗଦେଇ ଥିବାବେଳେ ବଡଟିକା ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ଅଶୋକ କୁମାର ପଟେଲ, ଆଇନଜୀବୀ ଦିଲ୍ଲୀପ କୁମାର ବେହେରା, ରାଜ୍ୟ ଯୁବ କଂଗ୍ରେସ ସଭାପତି ଗଣେଶ କୁମାର ସାହୁ, ଝରଣୀପାଲି ସରପଞ୍ଚ ସୁନୀତା ସାହୁ, ଡାକ୍ତର ସଞ୍ଜିବ କୁମାର ଦୋରା, ଅବସର ପ୍ରାପ୍ତ ପୂର୍ବତନ ବଡଟିକା ଗ୍ରାମ ପଞ୍ଚାୟତ ସଂପାଦକ ତଥା ଆଞ୍ଚଳିକ କୁଲୁତା ସମାଜର ସଂପାଦକ ନେପାଲ ବେହେରା, ବେନ୍ଦ୍ରା ସରପଞ୍ଚ ରବିନ୍ଦ୍ର ସାହୁ, ବିଏସ୍ ଏଫ୍ ଜବାନ୍ ଗିରିଧନ ରାଏ, ସମାଜସେବୀ ସୁଜିତ କୁମାର ସାହୁ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । ମ୍ୟାଚ୍ କମିଶନର୍ ସୁଦୟ ବାରିକଙ୍କ ପ୍ରତ୍ୟେକ୍ଷ ତତ୍ତାବଧାନରେ କରୁଣାକର ପଧାନ, ସୁଧାଂଶୁ ଶେଖର ସେଠ୍, ସଞ୍ଜିବ ମହାରଣା ଓ ରୋଶନ୍ ମେହେର ଆଜିର ଖେଳକୁ ପରିଚାଳନା କରିଥିଲେ । ବି୍ଏଫ୍ ସି କୁଚିଣ୍ଡା ଦଳର ସିଦ୍ଧୁ କିଷାନ ଆଜିର ଖେଳର ଶ୍ରେଷ୍ଠ ଖେଳାଳି ଭାବେ ମୁଖ୍ୟ ଅତିଥିଙ୍କଠାରୁ ପୁରସ୍କୃତ ହୋଇଥିଲେ । ବଡଟିକା କ୍ରୀଡା ସଂଘର କାର୍ଯ୍ୟକ୍ରମ ସଂଯୋଜକ ଋଷଭ ପଧାନ ମଞ୍ଚ ପରିଚାଳନା କରିଥିବା ବେଳେ ହିମାଂଶୁ ଦଳପତି ଧାରା ବିବରଣୀ ପ୍ରଦାନ କରିଥିଲେ । କ୍ରୀଡା ସଂଘର ସଭାପତି ଭୁବନେଶ୍ୱର ଧରୁଆ, ଉପ ସଭାପତି ଗୋପାଳ ବିଶ୍ୱାଳ, ସଂପାଦକ ଅନିଋଦ୍ଧ ଭୋଇ, ସହ ସଂପାଦକ ମନରଞ୍ଜନ ବିଶ୍ୱାଳ, କୋଷାଧ୍ୟକ୍ଷ ରାଜୁ ପଧାନ, ଧନସିଂ ବାଗ ସୁଶିଲ ବିଶ୍ୱାଳ, ପୂର୍ବତନ ବରିଷ୍ଠ ଫୁଟବଲ୍ ଖେଳାଳି ଦିଲ୍ଲୀପ ଧରୁଆ, କ୍ରୀଡା ସଂଘର ସମସ୍ତ ସଭ୍ୟ ତଥା ଗ୍ରାମବାସୀ ସହଯୋଗ କରିଥିଲେ । ଆସନ୍ତା କାଲି ପୁଲ୍ – ବି ର ପ୍ରଥମ କ୍ୱାଟର୍ ଫାଇନାଲ୍ ବେଦିକ୍ ଇଲେଭେନ୍ ସମ୍ବଲପୁର ବନାମ ଆଦର୍ଶ କ୍ଲବ ଝାରସୁଗୁଡ଼ା ମଧ୍ୟରେ ହେବ ବୋଲି କମିଟି ସୂତ୍ରରୁ ପ୍ରକାଶ ।