csstore

ପ୍ରାଥମିକ ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ଉଦଘାଟିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : କୃଷି ଓ କୃଷକ ସଶକ୍ତକରଣ ବିଭାଗ ଓଡିଶା ସରକାର ତଥା ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ)ର ମିଳିତ ସହାୟତାରେ ସ୍ଥାନୀୟ ପଲ୍ଲୀ ଆଲୋକ ପାଠାଗାର କାର୍ଯ୍ୟାଳୟ ଠାରେ ଦ୍ୱିଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା କୃଷି ଯୋଜନା ଅଧିକାରୀ ଦେବପ୍ରିୟ ପଣ୍ଡା, ଶୁଭମ କୁମାର ନାଏକ, ଆଶୀର୍ବାଦ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରାଥମିକ ଖାଦ୍ୟ ପ୍ରକ୍ରିୟାକରଣର ବ୍ୟବହାର, ପ୍ରଚାର ପ୍ରସାର, ପରିଷ୍କାର ପରିଚ୍ଛନତା ତଥା କଞ୍ଚାମାଲ ଗଚ୍ଛିତ ଉପରେ ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ୬୫ ରୁ ଅଧିକ ଚାଷୀ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ । ଦ୍ଵିତୀୟ ଦିବସରେ ଝରଣିପାଲି ଗ୍ରାମର ଗାୟତ୍ରୀ ସ୍ୱୟଂ ସହାୟକ ଦଳ ତରଫରୁ ଆୟୋଜିତ ପ୍ରାଥମିକ ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ରକୁ ବ୍ଲକ କୃଷି ଆସିଷ୍ଟାଣ୍ଟ ଟେକେନିସିଆନ ମ୍ୟାନେଜର ଆନନ୍ଦ ଯୁଆଡ଼ି, ଅବସର ପ୍ରାପ୍ତ କୃଷି ଅଧିଦର୍ଶକ ପ୍ରସନ୍ନ କୁମାର ସାହୁ, ସତ୍ୟବ୍ରତ ମଲ୍ଲିକ, କୃଷକ ସାଥି ମହେନ୍ଦ୍ର ପଧାନ, ଅଚ୍ୟୁତ କୁମ୍ଭାର ତଥା ଗ୍ରାମର ଚାଷୀ ଓ ମହିଳା ଗୋଷ୍ଠୀଙ୍କ ଉପସ୍ଥିତିରେ ମେସିନ ଉଦଘାଟିତ ହେବା ସହିତ ମୁଗ, ଚିନାବାଦାମ ଓ ଚଣାପେସା ମଧ୍ୟ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଗୋବିନ୍ଦ ଚନ୍ଦ୍ର ବିଶି ପରିଚାଳନା କରିଥିବା ବେଳେ ଦେବଦତ୍ତ ଦଣ୍ଡସେନା, ସୁଶାନ୍ତ ସା, ପ୍ରଶାନ୍ତ କୁଅଁର ଓ ଆଶିଷ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.