csstore

ମଠଖାଇ ମହୋତ୍ସବ ଅବସରରେ ତହଁକ୍ ପକ୍ଷରୁ କୋଶଲି କବିତା ଆସର

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ଗାନ୍ଧୀ ପାଠାଗାର ଠାରେ ମଠଖାଇ ମହୋତ୍ସବ ଅବସରରେ ତହଁକ୍ ପକ୍ଷରୁ କୋଶଲି କବିତା ଆସର ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବିଧାୟକ ନରସିଂହ ମିଶ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଚିତ୍ତରଞ୍ଜନ ଦାଶ ଏବଂ ବୀରେନ୍ଦ୍ର ବନଛୋର ଯୋଗଦେଇଥିଲେ । ଜିତେନ୍ଦ୍ରୀୟ ତ୍ରିପାଠୀ ସ୍ୱାଗତ୍ ଭାଷଣ ଦେଇଥିବାବେଳେ ତହଁକ୍ ମୁଖ୍ୟ ସମ୍ପାଦକ ଅର୍ଜୁନ କୁମାର ସାହୁ ସଭା ସଂଯୋଜନା କରିଥିଲେ । ଭୂମିକାର ବରିଷ୍ଠ ସଦସ୍ୟ ଶିରିଷ ହୋତା କବିମାନଙ୍କୁ ଉତ୍ସାହିତ କରିଥିଲେ । କବି ଆନନ୍ଦ ଚନ୍ଦ୍ର ସାହୁ, ମଧୁସୂଦନ ଦାସ, ସୁଶାନ୍ତ ବାଗ, ନେପାଲ ବାଗ୍, ଗୟାଧର ପଟେଲ, ନିରୁପମା ମିଶ୍ର, ଗୋପାଲ ମେହେର, ଗୋପୀନାଥ ଦଣ୍ଡସେନା, କବିତା ମିଶ୍ର, ଡକ୍ଟର ଧର୍ମେନ୍ଦ୍ର ପ୍ରଧାନ, ମିଲନ ପଣ୍ଡା, ନିକିତା ସା, ଶୁଭସ୍ମିତା ମାହାଣା, ଦିଲ୍ଲୀପ ପୁରୋହିତ, ତପସ୍ୱିନୀ ପଶାୟତ, ନିର୍ମାଲ୍ୟ ସ୍ଵାଇଁ, ପୁସ୍ତମ ଜୁଆଡି, ସୁନୀତା ତ୍ରିପାଠୀ, ଅଭିଜିତ ଫରିକାର, ହରିଶଙ୍କର ପୁରୋହିତ, ଆର୍ତ୍ତତ୍ରାଣ ପାଢି କବିତା ପଠନ କରିଥିଲେ । ତହଁକ ସମ୍ପାଦକ ରାଜେଶ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.