କେସିଙ୍ଗା ବୁଢ଼ା ଡଙ୍ଗର ଲୋକ ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ନଗରରେ ସାହିତ୍ୟ, କଳା ଓ ସଂସ୍କୃତିର ଏକ ସ୍ଵତନ୍ତ୍ର ଉତ୍ସବ ବୁଢ଼ା ଡଙ୍ଗର ଲୋକ ମହୋତ୍ସବ -୨୦୨୫ ପରିବେଷଣର ଜୀବନ୍ତ ସ୍ଵର ନେଇ ଆସନ୍ତା ଡିସେମ୍ବର ୨୭ ଓ ୨୮ ତାରିଖରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ । ଏଥି ପାଇଁ ଆଜି ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ସଭାଗୃହରେ ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ୨୦୨୫ର ବୁଢ଼ା ଡଙ୍ଗର ମହୋତ୍ସବର ରୂପରେଖ ଓ ବିଶେଷ ଆକର୍ଷଣୀୟ କାର୍ଯ୍ୟକ୍ରମ ସାଂସ୍କୃତିକ ଶୋଭାଯାତ୍ରା, ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ, ଚିତ୍ରାଙ୍କନ ପ୍ରଦର୍ଶନୀ, ସମ୍ବଲପୁରୀ ସଙ୍ଗୀତ ବିଚିତ୍ରା, ରାଜ୍ୟ ଓ ଜାତୀୟ ନୃତ୍ୟ ଦଳଙ୍କର ନୃତ୍ୟ ପରିବେଷଣ, ଓଲିଉଡ଼ ଚିତ୍ରତରକା, ଜାତୀୟ ହାସ୍ୟ କଳାକାର (ମୁମ୍ବାଇ), ବଲିଓଡ ଏବଂ ଓଲିଉଡ଼ କଣ୍ଠଶିଳ୍ପୀଙ୍କ ପରିବେଷଣ ବିଷୟରେ ଅବଗତ କରାଇଥିଲେ । ତାପରେ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସମ୍ପାଦକ ଅକ୍ଷୟ ଦାସଙ୍କ ଦ୍ୱାରା ଦୁଇ ଦିନ ଧରି କାର୍ଯ୍ୟକ୍ରମର ବ୍ୟବସ୍ଥା ଉପରେ ଓ ଏସ୍‌ଏଚ୍‌ଜିଙ୍କ ପାଇଁ ସ୍ଵତନ୍ତ୍ର ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି କହିଥିଲେ । ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ ରମେଶ ପଟ୍ଟନାୟକ, ବିକ୍ରମ ବାରିକ, ସୁରେଶ ମହାନନ୍ଦ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଜ୍ଞାନେନ୍ଦ୍ର ସାହା ତଥା କେସିଙ୍ଗାର ସମସ୍ତ ଗଣମାଧ୍ୟମ ପ୍ରତିନିଧି ।

Leave A Reply

Your email address will not be published.