ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକର ଶୈକ୍ଷିକ ହେଉ କି ଶିକ୍ଷା ସମ୍ବନ୍ଧୀୟ ଅନ୍ୟାନ୍ୟ କ୍ଷେତ୍ରରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସର୍ବାଗ୍ରେ ରହିଥିଲା । ତତ୍କାଳୀନ ବିଇଓ ଜଣେ ସଚ୍ଚୋଟ, ସୁଦକ୍ଷ ଅଧିକାରୀ ଚୁଡାମଣୀ ବାରିକ ଥିଲେ । କୌଣସି କ୍ଷେତ୍ରରେ ଦୁର୍ନୀତିରୁ ଉର୍ଦ୍ଧରେ ରହି ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପରିଚାଳିତ ହେଉଥିଲା । ତାଙ୍କ ବଦଳି ପରେ ବିଇଓ ଭାବେ ଅଦନ ସୁନା ଯୋଗଦାନ କରିଥିଲେ । ଏହାପରେ ପାଇକମାଲ ବ୍ଲକ ଶିକ୍ଷାକୁ ଦୁର୍ନୀତିର କଳା ବାଦଲ ଢାଙ୍କିଦେଲା । ଦୁର୍ନୀତିକୁ ପ୍ରଶ୍ରୟ ଦେଇ ବ୍ଲକ ଶିକ୍ଷା କାର୍ଯ୍ୟାଳୟର ଜଣେ କର୍ମଚାରୀ ସହ ଆର୍ଥିକ କାରବାର କରି ଶିକ୍ଷକଙ୍କ ମନମୁଖୀ ବଦଳି କରିଚାଲିଥିଲେ । ଏପରିକି ତାଙ୍କ ସ୍ୱଳ୍ପ କାର୍ଯ୍ୟକାଳ ମଧ୍ୟରେ ୫୦ ରୁ ଉର୍ଦ୍ଧ ଶିକ୍ଷକଙ୍କ ବଦଳି ହୋଇଥିଲା । ଏହା ସହ ପ୍ରାରମ୍ଭରୁ ସେ ବାକ ସଂଯମତା ରକ୍ଷା କରୁନଥିବା ଅଭିଯୋଗ ହୋଇଥିଲା । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗଣଙ୍କୁ ଅପମାନ ସୂଚକ ଶବ୍ଦ ବ୍ୟବହାର କରିଥିଲେ ଫଳରେ ଅପମାନିତ ବୋଧ କରି ସେମାନେ ବିଇଓଙ୍କ ବିରୁଦ୍ଧରେ ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ । ପୂର୍ବ ବର୍ଷ ମାନଙ୍କରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା କେବଳ ସରକାରୀ ଅନୁଦାନରେ ଧୂମଧାମରେ ଆୟୋଜିତ ହୋଇଆସୁଥିବା ବେଳେ ଚଳିତ ବର୍ଷ ପ୍ରତି ସ୍କୁଲରୁ ହଜାରରୁ ଉର୍ଦ୍ଧ ଟଙ୍କା ଆଦାୟ କରିବା ପାଇଁ କହିଥିଲେ । ଗଣମାଧ୍ୟମର ହସ୍ତକ୍ଷେପ ପରେ ଉକ୍ତ ଚାନ୍ଦା ସମ୍ପୃକ୍ତ ବିଦ୍ୟାଳୟମାନଙ୍କୁ ଫେରାଇ ଦିଆଯାଇଥିଲା । ଏହିପରି ଏକାଧିକ ଅଭିଯୋଗ ପରେ ତଦନ୍ତ କରାଯାଇ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ସମସ୍ତ ବଦଳିକୁ ବାତିଲ ସହ ବିଇଓ ମହୋଦୟଙ୍କୁ ପାଇକମାଳ ବ୍ଲକର ଶିକ୍ଷା ଦାୟିତ୍ୱରୁ ଅପସାରଣ କରାଯାଇ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଅବସ୍ଥାପିତ କରି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପାଇକମାଲ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ ବଦଳି ପରେ ସହ ଗୋଷ୍ଠି ଶିକ୍ଷା ଅଧିକାରୀ ରାଧେଶ୍ୟାମ ମେହରଙ୍କୁ ଦାୟିତ୍ୱ ଦିଆଯାଇଛି । ଏନେଇ ଆଧିକାରୀଙ୍କ ଆଦେଶ ଜାରି ହେବାପରେ ସମ୍ପୂର୍ଣ୍ଣ ବ୍ଲକ୍ର ଶିକ୍ଷକ ମହଲ ସହିତ ସାଧାରଣ ଜନତା ମଧ୍ୟରେ ଚର୍ଚ୍ଚା ତୀବ୍ର ହୋଇଉଠିଛି । ସୂଚନା ଅନୁସାରେ, ଉକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ ବିରୋଧରେ ଦୀର୍ଘଦିନ ଧରି ଅନେକ ଗୁରୁତର ଅଭିଯୋଗ ଆସୁଥିଲା । ଶିକ୍ଷକଙ୍କ ବଦଳି ପାଇଁ ଅର୍ଥ ଦାବି ଅଭିଯୋଗ ଉକ୍ତ ଅଧିକାରୀଙ୍କ ଉପରେ ଲାଗିଥିଲା । ଶେଷରେ ଅଭିଯୋଗ ଗୁଡିକ ଅତ୍ୟନ୍ତ ଗମ୍ଭୀର ହେବାରୁ ଶିକ୍ଷା ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଥିଲା । ତଦନ୍ତ ପରେ ଉକ୍ତ ଅଧିକାରୀଙ୍କ କାର୍ଯ୍ୟକଳାପରେ ଗୁରୁତର ଅନିୟମିତତା ଥିବା ରିପୋର୍ଟ ହସ୍ତଗତ ହୋଇଥିବା ଅନୁମାନ କରାଯାଉଛି । ପାଇକମାଲରୁ ଦାୟିତ୍ୱ ଅପସାରଣ ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଅବସ୍ଥାପିତ ବଦଳି ଖବର ପ୍ରଚାର ପାଇବା ପରେ ବ୍ଲକ୍ର ଶିକ୍ଷକ ମହଲ ମଧ୍ୟରେ ଏକ ପ୍ରକାର ସନ୍ତୋଷ ଦେଖାଦେଇଛି । ଦୁର୍ନୀତି ଖୋର ଅଧିକାରୀଙ୍କ ବଦଳି ପରେ ଶିକ୍ଷା ପରିବେଶ ଉନ୍ନତ ହେବ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି । ତେବେ ଅନ୍ୟପଟେ ସାଧାରଣ ଜନତା ଓ ସଚେତନ ମହଲ କେବଳ ବଦଳିକୁ ଯଥେଷ୍ଟ ମାନୁ ନାହାନ୍ତି । ସେମାନଙ୍କ ମତରେ, ଯଦି ଦୁର୍ନୀତି ପ୍ରମାଣିତ ହୋଇଛି, ତେବେ ଉକ୍ତ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ, ଉଚ୍ଚସ୍ତରୀୟ ତଦନ୍ତ ଓ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଦାବି ଉଠିଛି ପ୍ରକାଶ ଥାଉକି ସୋମବାର ପାଇକମାଲ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସୁରେନ୍ଦ୍ର ପ୍ରତାପ ସିଂ ବରିହା ବିଇଓଙ୍କୁ ଟ୍ରାନ୍ସଫର ନକରି ସସ୍ପେଣ୍ଡ କରାଯାଉ ବୋଲି ଆପତ୍ତି କରିବା ସହ ଶିକ୍ଷକମାନଙ୍କ ଠାରୁ ନାହିଁନଥିବା ଟଙ୍କା ଆଦାୟ କରି ମଧ୍ୟ ପ୍ରାୟ ୫୦ ଜଣ ଶିକ୍ଷକ ମାନଙ୍କୁ ଟ୍ରାନ୍ସଫର ଅର୍ଡର ଦେଇଛି ବୋଲି କହିଛନ୍ତି, ଜିଲ୍ଲପାଳ ମଧ୍ୟ ଏହାର ସୁଵିଚାର କରିବା ବୋଲି ଯାଇଥିବା ଜଣାପଡିଛି । ଏହି ଘଟଣା ପରେ ଶିକ୍ଷା ବିଭାଗରେ ଏକ ସ୍ପଷ୍ଟ ସନ୍ଦେଶ ଯାଇଛି ଯେ, ଦୁର୍ନୀତି ଓ ଅନିୟମିତତାକୁ ସରକାର କୌଣସି ମୂଲ୍ୟରେ ମଧ୍ୟ ସହିବେ ନାହିଁ । ଆଗାମୀ ଦିନରେ ଅନ୍ୟ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ମଧ୍ୟ କଠୋର ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳୁଛି । ଏଥିସହ ବରଗଡ ସାଂସଦଙ୍କୁ ମଧ୍ୟ୍ୟ ଶିକ୍ଷକମାନେ ଏନେଇ ଅଭିଯୋଗ କରିଥିବା ଜଣାପଡିଛି ।