ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲା ଭଞ୍ଜସେନା

ବାରିପଦା, (ଦେବସ୍ମିତ ଚୌଧୁରୀ) : ସମଗ୍ର ମୟୂରଭଞ୍ଜ ବାସୀ ଏବଂ ଓଡିଆ ମାନଙ୍କ ପାଇଁ ଗର୍ବ ଓ ଗୌରବର ଦିନ ଥିଲା । ସେଦିନ ଥିଲା ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୫ ତମ ଜନ୍ମଦିବସ । ସେହିଭଳି ପବିତ୍ର ଦିନରେ କିଛି ପ୍ରଭାବଶାଳୀ ଲୋକଙ୍କୁ ସରକାରୀ ଜାଗା ବହୁମାତ୍ରାରେ ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ବହୁ ସରକାରୀ ଜାଗା ଥିବା ସତ୍ତ୍ୱେ ବାରିପଦା ସହରର ପାଲବଣୀ ଏରିଆରୁ ପାଖାପାଖି ଥିବା ୨୭୦୦ରୁ ଉର୍ଦ୍ଧ୍ଵ ଗଛ କାଟିବାରୁ ସବୁ ବୁଦ୍ଧିଜୀବୀ ମହଲରେ ଏହାକୁ ନିନ୍ଦା କରାଯାଇଥିଲା, ସବୁ ଖବର କାଗଜରେ ଖବର ପ୍ରସାରଣ ପରେ ମଧ୍ୟ ସରକାର ଚୁପ ରହିବା ତତ୍‌ ସହିତ ଦୀର୍ଘ ୪/୫ ମାସ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଆମ ସଂଗଠନ ଭଞ୍ଜସେନା ପକ୍ଷରୁ ଦାବୀପତ୍ର ପ୍ରଦାନ କରିଥିଲୁ, ତାସତ୍ୱେ ସେହି ଜାଗାରେ ହଜାର ହଜାର ଗଛକାଟି ବସଷ୍ଟାଣ୍ଡ କରିବାର ଜିଦ୍ ପ୍ରକୃତରେ ପ୍ରଭାବଶାଳୀ ଲୋକଙ୍କୁ ସରକାରୀ ଜାଗା ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ପ୍ରତ୍ୟକ୍ଷ ସହଯୋଗ କରୁଛି ବୋଲି ସଂଗଠନ ହୃଦବୋଧ କରିଥିଲା । ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ବାରିପଦା ସହରକୁ ପୂର୍ବରୁ ବିଶ୍ୱର ଉତ୍ତପ୍ତ ସହର ଭାବେ ମାନ୍ୟତା ପାଇଥିବା ଧାରାକୁ ଆଗାମୀ ବର୍ଷମାନଙ୍କ ମଧ୍ୟରେ ମଧ୍ୟ “ବିଶ୍ୱର ସବୁଠାରୁ ଉତ୍ତପ୍ତ ସହର ବାରିପଦା ରହୁ” ବୋଲି ଘୃଣ ଯୋଜନା କରିଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଅଛି । ଏଣୁ ଉକ୍ତ ବିଷୟକୁ ନେଇ ଗତ କାଲି” ଙ୍ଘ” ଯୋଗେ ଭଞ୍ଜସେନା ର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଜିଲ୍ଲା ପ୍ରଶାସନ ତଥା ମୁଖ୍ୟମନ୍ତ୍ରୀଙ୍କୁ ବାରିପଦା ସହର ତଥା ଆଖପାଖ ଅଞ୍ଚଳରେ ୧୦ ରୁ ୧୨ ଫୁଟ ଉଚ୍ଚତା ବିଶିଷ୍ଟ ଗଛ ମାନ ଲଗେଇବା ପାଇଁ ଅନୁରୋଧ କରିଥିଲେ । ତତ୍‌ସହିତ ପ୍ରତିଷ୍ଠାତାଙ୍କ ଆହ୍ୱାନ କ୍ରମେ ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଆଜି ବହୁ ଯୁବ କର୍ମୀ ଜିଲ୍ଲାପାଳଙ୍କ ଅଫିସ ସମୁଖରେ ଭିକ୍ଷବ ପଦର୍ଶନ କରିଥିଲେ । ଯେତେଦିନ ପର୍ଯ୍ୟନ୍ତ ମୟୂରଭଞ୍ଜ ମାଟି ମା’କୁ ଲୁଣ୍ଠନ କରାଯାଉଥିବ ଏବଂ ଜେ ପର୍ଯ୍ୟନ୍ତ ବାରିପଦା ସବୁଜିମା ନ ହୋଇଥିବ ସେତେ ଦିନ ପର୍ଯ୍ୟନ୍ତ ମୟୂରଭଞ୍ଜ ପାଇଁ ଭଞ୍ଜସେନା ଜେ କୌଣସି ସ୍ତରକୁ ଯିବାପାଇଁ ପଛଘୁଞ୍ଚା ଦେବନାହିଁ । ଆଜିର ଏହି କାର୍ଯ୍ୟକ୍ରମରେ ଆବାହକ ରାକେଶ ବେହେରା, ଯୁବ ସଭାପତି ଏସ କେ ରାଜା ଖାନ, ମୁଖ ପାତ୍ର ଜ୍ୟୋତି ରଞ୍ଜନ ପୃଷ୍ଟି, ସଞ୍ଜୟ ମହାର୍ଣା, ରାଜା ଖାନ, ସଞ୍ଜୟ ମହାନ୍ତ, ସୁନୀଲ ମହାପାତ୍ର, ଦୀପକ କୁମାର ବେହେରା, ଜିତୁ ସିଂ, ଗୌରାଙ୍ଗ ଘଡେଇ, ପ୍ରଦୀପ ପଣ୍ଡା, ଗୌରବ ମହାନ୍ତି, ମୁକ୍ତିଦତ୍ତ ପରିଡା, ପ୍ରଶାନ୍ତ ଦାସ, ମନରଞ୍ଜନ ସାହୁ, ମନୋଜ ମହାନ୍ତି, ଦିବ୍ୟାଜ୍ୟୋତି ଦାସ, ପଦ୍ମଲୋଚନ ମୁଖି, ରୀତିକ ନାଥ, ଅର୍ଣ୍ଣବ ଦତ୍ତ, ଆନନ୍ଦ ପରିଡା, ଅନନ୍ତ ଘଡେଇ, ରଜନୀକାନ୍ତ ପୃଷ୍ଟି, ସୌମ୍ୟ ରଂଜନ ଦାଶବାବୁ, ଦେବାଶିଷ ନାୟକ, ଓମପ୍ରକାଶ ବାରିକ, ଲିପୁନ ପୃଷ୍ଟି, ପ୍ରିୟାଂଶୁ ଖଟୁଆ, ରୋହିତ ଖାନ, ଶୁଭମ ଦେ, ମାନସ ପାତ୍ର, ପିଣ୍ଟୁ ଅଲମ, ବୁଲୁ ଘଡେଇ, ଜୀବନ ସିଂ, ଲଖଣ ସିଂ, ଶିବୁ ସିଂ, ବାପି ସିଂ, ରାଜେଶ ଘଡେଇ, ତପନ, ଦେବୁ ପଲେଇ, ଜୟନ୍ତ ହାଁସଦାଙ୍କ ସହିତ ଏକ ହଜାରରୁ ଅଧିକ କର୍ମୀ ଉପସ୍ଥିତ ଥିଲେ ବୋଲି ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି ଏକ ଇସ୍ତାହାରରେ ଜଣାଇଛନ୍ତି ।

Leave A Reply

Your email address will not be published.