ମାୟାବର୍ହା ହାଇସ୍କୁଲରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାରେ ପ୍ରଧାନଶିକ୍ଷକ ଡ. ରବିଚନ୍ଦ୍ର ପଶୟତଙ୍କ ଅଧ୍ୟକ୍ଷତାରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ ଭକ୍ତ ଭୋଇ ପତାକା ଉତ୍ତୋଳନ କରି କ୍ରୀଡା ଉତ୍ସବକୁ ଶୁଭାରମ୍ଭ କରିଥିଲେ । ବିଜ୍ଞାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ପରିଚାଳନା କମିଟି ବରିଷ୍ଠ ସଦସ୍ୟ ବେଣୁଧର ଚୌଧୁରୀ, ପୂର୍ବତନ ଖେଳ ଶିକ୍ଷକ ପ୍ରହ୍ଲାଦ ଦାସ, ସିଂହିଯୁବା ହାଇସ୍କୁଲ ଖେଳ ଶିକ୍ଷକ ମଳୟ ସାହୁ, ସାକ୍ଷୀ ମାଝି ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ବାଳକ ବିଭାଗରେ ବିକାଶ ସାହୁ ଏବଂ ବାଳିକା ବିଭାଗରେ ଶ୍ୱେତା ମଲ୍ଲିକ ଚମ୍ପିୟାନ ହୋଇଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ମନୋଜ ପୂଜାରୀ, ନନ୍ଦିଘୋଷ ବାରିକ, ତପସ୍ଵିନୀ ଦାସ, ମୀନକେତନ ଦାସ, ସଞ୍ଜୀବ ପୂଜାରୀ, ବିଭୀଷଣ ଖମାରୀ, ଲିପି ପ୍ରଧାନ, କିରଣ କୁମାର ପଟେଲ, ସମୀର କଠାର, ସୁରଜ୍ ଖମାରୀ, ପଦ୍ମିନୀ ଦାସ, ସୂର୍ଯ୍ୟକାନ୍ତୀ କାଣ୍ଡ ପ୍ରଭୃତି ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ସମ୍ପଦ ଖମାରୀ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ ।

Leave A Reply

Your email address will not be published.