ଜାତୀୟ ସ୍ତରରେ ଅଣ୍ଡର -୧୭ ଫୁଟବଲ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ରେଳ ଷ୍ଟେସନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଜାତୀୟ ସ୍ତରର ଅଣ୍ଡର ୧୭ ଫୁଟବଲ ପ୍ରତିଯୋଗିତାରେ ସିହିନି ଗ୍ରାମର ଆରତୀ ମାଝି, ଟିଟିଲାଗଡ଼ର ଶ୍ରଦ୍ଧାଞ୍ଜଳି ହେର୍ନା ଓ କେସିଙ୍ଗାର ହସ୍ତରି ଶବର ଭଲ ପ୍ରଦର୍ଶନ କରି ଆଜି ଫେରିଥିବା ବେଳେ ଟିଟିଲାଗଡ ରେଳ ଷ୍ଟେସନରେ ଭବ୍ୟ ସ୍ଵାଗତ କରାଯାଇଛି । ଝାରଖଣ୍ଡ ରାଜ୍ୟର ରାଞ୍ଚିଠାରେ ଜାତୀୟ ସ୍ତରର ଫୁଟବଲ ପ୍ରତିଯୋଗିତାରେ ଟିଟିଲାଗଡ଼ ଅଞ୍ଚଳର ଦୁଇ ଝିଅ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି । କୋଚ୍ ପ୍ରୀତମ ନାୟକ, ରାଜେଶ କୁମାର ସ୍ୱାଇଁ, ନବୀନ ନାଏକ ଏମାନଙ୍କୁ ଖେଳାଇବା ପାଇଁ ନେ଼ଇଥିଲେ । ତେବେ ମଙ୍ଗଳବାର ସକାଳେ ଟିଟିଲାଗଡ ରେଳ ଷ୍ଟେସନରେ ଓହ୍ଲାଇବା ପରେ ଆମ ଟିଟିଲାଗଡର ଦୁଇ ଝିଅ ଓ କେସିଙ୍ଗାର ଜଣେ ଝିଅ ଖେଳାଳୀଙ୍କୁ ସରପଞ୍ଚ ସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ବିଜେପି ନେତା ବୀରବର ସାହୁ ସେମାନଙ୍କୁ ଫୁଲମାଳ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ଖେଳାଳୀଙ୍କୁ ଅନ୍ୟ ଫୁଟବଲ ଖେଳୁଥିବା ଝିଅ ଖେଳାଳିମାନେ ମଧ୍ୟ ଷ୍ଟେସନରେ ପହଞ୍ଚି ସ୍ୱାଗତ କରିଥିବା ଦେଖିବାକୁ ମିଳିଥିଲା ।