ମୁଖିଗୁଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୩୭ତମ ବାର୍ଷିକ ଉତ୍ସବ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖିଗୁଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠାନର ୩୭ତମ ବାର୍ଷିକ ଉତ୍ସବ ଭବ୍ୟ ଆୟୋଜନ ମଧ୍ୟରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ଅଭିଭାବିକାମାନେ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ଆକର୍ଷିତ କରିଥିଲା । କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଆୟୋଜିତ ପୁରସ୍କାର ବିତରଣ ଉତ୍ସବର ବିଦ୍ୟାଳୟର ସଭାପତି ଶିଶିର କୁମାର ସାହୁ ସଭାପତିତ୍ୱ କରିଥିଲେ । ଅବସର ପ୍ରାପ୍ତ ଜାତୀୟ ରାଜସ୍ୱ ସେବା ଅଧିକାରୀ ଗଙ୍ଗାଧର ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଦ୍ୟାଳୟ ଓ ସମାଜ ପ୍ରତି ଛାତ୍ରଛାତ୍ରୀମାନେ ସଦା ଅନୁରାଗି ରହି ରାଷ୍ଟ୍ର ସେବାକୁ ନିରନ୍ତର ମନେ ରଖିବା ପାଇଁ ଆହ୍ୱାନ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ଶିକ୍ଷାବିତ୍ ବିରଞ୍ଚି ନାରାୟଣ ମୁଣ୍ଡ ଯୋଗଦେଇ ଛାତ୍ରଛାତ୍ରୀଙ୍କ ନିରବଚ୍ଛିନ୍ନ ସାଧନାକୁ ସ୍ଵାଗତ କରିଥିଲେ । ବିଦ୍ୟାଳୟର କୋଷାଧ୍ୟକ୍ଷ ହେମନ୍ତ କୁମାର ପାଣିଗ୍ରାହୀ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପ୍ରଧାନ ଶିକ୍ଷକ ଅଜୟ କୁମାର ପାଢ଼ୀ ମଞ୍ଚକୁ ସ୍ଵାଗତ କରିଥିଲେ । ବିଦ୍ୟାଳୟର ସମ୍ପାଦକ ମୁରଲୀଧର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ବରିଷ୍ଠ ଆଚାର୍ଯ୍ୟ ନିତ୍ୟାନନ୍ଦ ପତି ମଞ୍ଚ ପରିଚାଳନା କରିଥିଲେ ।

Leave A Reply

Your email address will not be published.