ରାଉରକେଲା, (ସସ୍ମିତା ପ୍ରଧାନ) : ବୀରମିତ୍ରପୁର ଶ୍ରମଶକ୍ତି ମହାବିଦ୍ୟାଳୟର ରେଡକ୍ରସ ଶାଖା ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତା ଓ ଅଧ୍ୟାପିକା ସୁପ୍ରଭା ଧଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବୀରମିତ୍ରପୁର ତହସିଲର ଅତିରିକ୍ତ ତହସିଲଦାର ଜ୍ୟୋତିରଞ୍ଜନ ବାଗ୍ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଥାନା ମୁଖ୍ୟ ଅଧିକାରୀ ରାଜପ୍ରସାଦ ନାଗ, ବୀରମିତ୍ରପୁର ସିଏଚସି ର ଡାକ୍ତର ବନ୍ଦନା ମିଞ୍ଜ ଓ ରାଉରକେଲା ଆରଜିଏଚର ଦୁଇଜଣ ବିଶେଷଜ୍ଞ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ରକ୍ତଦାନ ମହତଦାନ, ରକ୍ତଦାନର ଆବଶ୍ୟକତା ଓ ଉପକାରୀତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ରେଡକ୍ରସ ଶାଖାର ବରିଷ୍ଠ କାଉନସିଲର ଅଧ୍ୟାପକ କୁଲଦୀପ ସୋରେଙ୍ଗ ଓ ମହିଳା କାଉନସିଲର ଅଧ୍ୟାପିକା ଅମିତା ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଶିବିରରେ ୩୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏଥିରେ ମୁଖ୍ୟଅତିଥି, ତହସିଲ କାର୍ଯ୍ୟାଳୟର କର୍ମଚାରୀ, ମହାବିଦ୍ୟାଳୟର ବହୁ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀମାନେ ରକ୍ତଦାନ କରିଥିଲେ । ଏହି ଶିବିରକୁ ସଫଳ କରାଇବାରେ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀମାନଙ୍କ ଆନ୍ତରିକ ସହଯୋଗ ରହିଥିଲା । ଶେଷରେ ଅଧ୍ୟାପକ ବିନୋଦ ବିହାରୀ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post
Next Post