ବାର୍ଷିକ କ୍ରୀଡା ଉତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ନଅଗାଁ (ଖ)ର ବାର୍ଷିକ କ୍ରୀଡା ଉତ୍ସବ ସଫଳ ଭାବେ ଏକ ଶୃଙ୍ଖଳିତ ମନୋରମ ପରିବେଶ ମଧ୍ୟରେ ସୁନ୍ଦର ଭ।ବେ ଉଦଯାପିତ ହୋଇଯାଇଛି । ପ୍ରଥମରୁ ପଞ୍ଚମ ଶ୍ରେଣୀ ବ୍ୟତୀତ ବାଟିକା ଓ ଅଙ୍ଗନବାଡି ଶ୍ରେଣୀରୁ ମଧ୍ୟ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ମ୍ୟୁଜିକ ଚେୟାର ଓ ଜିଲାପି ଖିଆ ପ୍ରତିଯୋଗିତା ସବୁଠାରୁ ମୁଖ୍ୟ ଆକର୍ଷଣ ଓ ଚିତାକର୍ଷକ ହୋଇଥିଲା । ଶିକ୍ଷା କମିଟୀ ଓ ମାତୃ କମିଟୀ ସଦସ୍ୟ /ସଦସ୍ୟାଙ୍କ ବିଶେଷ ସଂଖ୍ୟାରେ ଉପସ୍ଥିତି ଅତିଥିମାନଙ୍କୁ ଖୁସି ଓ ବିସ୍ମିତ କରିଥିଲା । ମୁଖ୍ୟ ଅତିଥିଭାବେ ଗ୍ରାମର ବର୍ଷିଆନ ବ୍ୟକ୍ତିତ୍ୱ ବିନୋଦ ବିହାରୀ କୁଅଁର, ସମ୍ମାନୀତ ଅତିଥିଭାବେ ହରଭଙ୍ଗା ଉଚ୍ଛ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁର୍ଯ୍ୟୋଧନ ପସାୟତ ଓ ଅତିଥିଭାବେ ଗ୍ରାମର ଉଚ୍ଚ ବିଦ୍ୟାଳୟ ଅବସର ଖେଳ ଶିକ୍ଷକ ସୀତାରାମ ପଧାନ, ସି.ଆର.ସି.ସି ହୃଷିକେଶ ପଧାନ ଓ କୁଟାସିଂହ। କ୍ଲଷ୍ଟର ସି.ଆର.ସି.ସି. ଦୋଳ ଗୋବିନ୍ଦ ସାହୁ ନିମନ୍ତ୍ରିତ ହୋଇଥିଲେ । ପ୍ରଧାନ ଶିକ୍ଷକ ନୀଳକଣ୍ଠ ନନ୍ଦଙ୍କ ସମେତ ସହକାରୀ ଶିକ୍ଷକ କୁଳମଣି ଛତ୍ରିଆ, ସୁନୀଲ ଦୋରା ଓ ଶିକ୍ଷିକା ଶ୍ରୀମତୀ ଦିପ୍ତିମୟୀ ବିଶ୍ୱାଳ ଉତ୍ସବ କାର୍ଯ୍ୟକ୍ରମକୁ ପରିଚ।ଳନା କରିଥିଲେ । ଶେଷରେ ସମସ୍ତ ଛାତ୍ରଛତ୍ରୀ, ଅତିଥି, ସଦସ୍ୟ, ସଦସ୍ୟା ନାଚଗୀତର ତାଳେତାଳେ ଝୁମିଥିଲେ । ଆଜିର ପତାକାକୁ ଅବତରଣ କରି ପରିସମାପ୍ତି ଘୋଷଣା କରାଯାଇଥଲା ।

Leave A Reply

Your email address will not be published.