ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମହିଳା ମହାବିଦ୍ୟାଳୟ, ବଲାଙ୍ଗିରର ସଭାଗୃହରେ ଏକ ସଭା ଶତାଧିକ ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାଟି ଛାତ୍ରୀମାନଙ୍କୁ ସାହିତ୍ୟ ରଚନା କବିତା, ପ୍ରବନ୍ଧ, କବିତା, ଗଳ୍ପ ଆଦି ସାହିତ୍ୟ ସୃଷ୍ଟି କରିବାକୁ ପ୍ରେରଣା ଦେବା ଉଦ୍ଦେଶ୍ୟରେ କରାଯାଇଥିଲା । ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ରଶ୍ମି ପାତ୍ର ଓ କୁମୁଦିନୀ ପୃଷ୍ଟି । ସ୍ୱର ସଂଯୋଜନା କରିଥିଲେ ଶିବ ଦାଶ ଓ ଦେବେନ ଜାଲ । ଏହି ସଭାରେ ଅଧ୍ୟକ୍ଷ ଡ. ଭବାନୀ ଶଙ୍କର ପଟେଲ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଅଧ୍ୟକ୍ଷ ମହିଳା ମହାବିଦ୍ୟାଳୟ ଡ. ଅରବିନ୍ଦ କୁମାର ଓଝା ମଂଚାସିନ ଥିଲେ । ଏହି ସଭାରେ ପରିଷଦର ସଂପାଦକ ରାମଚନ୍ଦ୍ର ପଟେଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗିରିଜା ଶଙ୍କର ରଥ, ଅଧ୍ୟାପକ ରତିକାନ୍ତ ନାଏକ, ଅଜିତ କୁମାର ପଣ୍ଡା, ଅଧ୍ୟାପିକା ମୀରା ଶତପଥି ଉପସ୍ଥିତ ଥିଲେ । ସଭାଟିକୁ ପରିଚାଳନା କରିଥିଲେ ଡ. ସରୋଜ କୁମାର ଜଗଦଲା । ୫୨ ଜଣ ଛାତ୍ରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗିର ସ୍ୱଲିଖିତ ସୁନ୍ଦର ତଥା ମନୋରମ କବିତାକୁ ଗାନ କରି ସଭାକୁ ରସସିକ୍ତ କରି ଦେଇଥିଲେ । ଏତଦ୍ ଭିନ୍ନ ବଲାଙ୍ଗିର ମାଟିର ୧୨ ଜଣ କବି ମଧ୍ୟ ଶୀତ ଉପରେ କବିତା ପାଠ କରି ଛାତ୍ରୀମାନଙ୍କୁ ପ୍ରେରିତ କରିଥିଲେ । ଯୋଗେଶ୍ୱର ପଧାନ, ଅଧ୍ୟାପକ ଓଡିଆ ଭାଷା ଓ ସାହିତ୍ୟ ବିଭାଙ୍କ ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ ହୋଇଥିଲା ।