ସୁବର୍ଣ୍ଣପୁର, (ସୁଶୀଲ କୁମାର ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ କୁଶଦାଦର ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଷଷ୍ଠ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକଙ୍କ ରଘୁନାଥ ବାଘଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ସଂଯୋଜନା କରିଥିଲେ । ନଅଟି ବିଦ୍ୟାଳୟରୁ ୧୬ ଜଣ ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ଓ ଏଫଏଲଏନ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ । ମୁଖ୍ୟ ଅତିଥିଭାବେ ବରିଷ୍ଠ ପ୍ରଧାନଶିକ୍ଷକ ମୋହନ ଚରଣ ନାଏକ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ଚଳିତ ଡିସେମ୍ବର ମାସର ଶିଶୁବାଟିକା, ପ୍ରଥମ, ଦ୍ଵିତୀୟ, ତୃତୀୟଶ୍ରେଣୀ ପାଇଁ ଶୈକ୍ଷିକ କ୍ୟାଲେଣ୍ଡର, ନମୁନା ପାଠ୍ୟ ଯୋଜନା, ଆଦର୍ଶ ପାଠ ଟୀକା ଓ ଶିକ୍ଷକ ଗତିବିଧି ଯୋଜନା, ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନର ବହୁ ଶ୍ରେଣୀ ଶିକ୍ଷଣ ପରିଚାଳନା, ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଗଣିତ ଶିକ୍ଷାଦାନ କୌଶଳ, ସ୍ଥାନୀୟ ବିଦ୍ୟାଳୟର ଅଭିନଵ କାର୍ଯ୍ୟ, ଶିକ୍ଷଣ ସୋପାନ ପୁସ୍ତିକା, ନିପୁଣ ଓଡିଶା କାର୍ଯ୍ୟକ୍ରମ, ଉଲ୍ଲାସ କାର୍ଯ୍ୟକ୍ରମର ସମୀକ୍ଷା, ପଢିବା ଗଢିବା ଓଡିଶା, ଶୀତ ଛୁଟିରେ ଗୃହକାର୍ଯ୍ୟ, ଶିକ୍ଷାର୍ଥୀ ସହାୟକ ସାମଗ୍ରୀର ବ୍ୟବହାର, ଆଦର୍ଶ ଏଫଏଲଏନ୍ ଶ୍ରେଣୀ ଗୃହ, ମେଧାବୀ ଶିକ୍ଷାର୍ଥୀଙ୍କ ପାଇଁ ଅତିରିକ୍ତ କାର୍ଯ୍ୟ, ଭାଷା ଶିକ୍ଷଣର ଚାରିଖଣ୍ଡିୟ ରୂପରେଖ, ମୂର୍ତ୍ତ, ଚିତ୍ରିତ ଉପସ୍ଥାପନା ଓ ଅମୂର୍ତ୍ତ ପର୍ଯ୍ୟାୟ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବୋର୍ଡ ପରୀକ୍ଷାର ରୂପରେଖ, ପଠାଣି ସାମନ୍ତ ମେଧାବୃତ୍ତି, ମଧ୍ୟାହ୍ନ ଭୋଜନ ସୁପରିଚାଳନା, ଆପାର ପରିଚୟ ପତ୍ର ଓ ଅନିବାର୍ଯ୍ୟ ଜୈବିକ ମାପ ଅଦ୍ୟତନ ବିଷୟରେ ପୁଙ୍ଖାନୁପୁଙ୍ଖଭାବେ ଆଲୋଚନା ହୋଇଥିଲା । ଶିକ୍ଷକ ନନ୍ଦକିଶୋର ବିଶି, ତୁଳସୀରାମ ଭୋଇ, ହାରାଧନ ବେରିଆ, କୁଶ ପୁଟେଲ, ଗୋକୁଳାନନ୍ଦ ସାହୁ, ଦିନେଶ ନାଏକ, ଶିକ୍ଷୟିତ୍ରୀ ମାନିନୀ ବାଘ, ରଶ୍ମିତା କୁଅଁର, ସମସ୍ତ କର୍ମଚାରୀ ଓ କୁଶଦାଦର ଗ୍ରାମବାସୀ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ଦିବାକର ବଢ଼େଇ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post