csstore

ଜିଲ୍ଲା ଶିଶୁ ସୁରକ୍ଷା ବିଶେଷଜ୍ଞ କମିଟିର ଉପକାରାଗାର ପରିଦର୍ଶନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗୃହ ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ମନୋନୀତ ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଶେଷଜ୍ଞ କମିଟି ଗତକାଲି ସୋନପୁର ଉପକାରାଗାର ପରିଦର୍ଶନ କରିଛନ୍ତି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଦେବାଶିଷ ଦାସଙ୍କ ତତ୍ୱାବଧାନରେ କମିଟିର ସଦସ୍ୟ ପ୍ରଫେସର ନୀଳାମ୍ବର ଶତପଥୀ, ପ୍ରକୃତ ବନ୍ଧୁ ରାଜୀବ ଲୋଚନ ଗୁରୁ, ହେମନ୍ତ ସା ଏବଂ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, ସୁବର୍ଣ୍ଣପୁରର ଆଇନ ଅଧିକାରୀ କେଶବ ଚନ୍ଦ୍ର ମେହେର ଓ ପରାମର୍ଶ ଦାତା ପ୍ରଶାନ୍ତ ମହାକୁଡ଼ ଉପକାରାଗାରକୁ ଯାଇ ଅନ୍ତେବାସୀଙ୍କ ସହ ଏକ ଶିବିର ଅନୁଷ୍ଠିତ ହେବା ସହିତ ଅନ୍ତେବାସୀଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ କୌଣସି ମାମଲାରେ ଆଇନ ସହ ଦ୍ୱନ୍ଦରେ ଥିବା ଶିଶୁ କାରାଗାରରେ ଥିବା ଅନ୍ୟ କଏଦୀଙ୍କ ସହିତ ରହୁଛନ୍ତି କି ନାହିଁ କମିଟି ପକ୍ଷରୁ ଯାଞ୍ଚ କରିଥିଲେ । କିନ୍ତୁ କୌଣସି ଆଇନ ସହ ଦ୍ୱନ୍ଦରେ ଥିବା ଶିଶୁ ପାଇ ନ ଥିଲେ । ଗସ୍ତ ସମୟରେ ଉପକାରାଗାରର ସହାୟକ ଅଧ୍ୟକ୍ଷ ଶୁକସାର ଡୁଡୁକିଆ କମିଟିକୁ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.