csstore

ନିର୍ମାଣ ଶ୍ରମିକ ମହାସଂଘର ବିକ୍ଷୋଭ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା ନିର୍ମାଣ ଶ୍ରମିକ ମହାସଂଘ ପକ୍ଷରୁ ବିକ୍ଷୋଭ । ସୂଚନାରୁ ପ୍ରକାଶ ଯେ, ରାୟଗଡ଼ା ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶ୍ରମିକମାନଙ୍କ ପ୍ରତି ଅଣଦେଖା ଓ ଅବହେଳା ଦିନକୁ ଦିନ ବଢିବାରେ ଲାଗିଛି । ଏହାର ସୁସମାଧାନ ପାଇଁ ଜିଲ୍ଲା ନିର୍ମାଣ ଶ୍ରମିକ ମହାସଂଘ ପକ୍ଷରୁ ଦୀର୍ଘ ୨୧ ମାସ ହେବ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ ସହ ରାଜ୍ୟ ସରକାର ଓ ବିଭାଗୀୟ ମନ୍ତ୍ରୀ ସଚିବ, କମିଶନରଙ୍କୁ ଲିଖିତ ଅଭିଯୋଗ କରିଥିବା ସତ୍ୱେ କୌଣସି ପଦକ୍ଷେପ ନିଆଯାଇନଥିଲା । ଶେଷରେ ଜିଲ୍ଲା ନିର୍ମାଣ ଶ୍ରମିକ ମହାସଂଘ ପକ୍ଷରୁ ପ୍ରତୀକ ଆନ୍ଦୋଳନ ପାଇଁ ନିଷ୍ପତି ନିଆଯାଇଥିବା ଜଣାପଡିଛି । ଏନେଇ ଆଜି ଶହ ଶହ ନିର୍ମାଣ ଶ୍ରମିକ ଭାଇ ଭଉଣୀମାନେ ସ୍ଥାନୀୟ ଗାନ୍ଧୀପାର୍କ ଠାରୁ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ ରାୟଗଡ଼ଙ୍କୁ ଦଶଦଫା ଦାବି ପତ୍ର ପ୍ରଦାନ କରିବା ସହ ଜିଲ୍ଲା ଶ୍ରମ ବିଭାଗ ସମ୍ମୁଖରେ ପ୍ରତୀକ ଆନ୍ଦୋଳନ କରିଥିଲେ । ଆନ୍ଦୋଳନ ତୀବ୍ର ହେବାର ଗତିବିଧିକୁ ଅନୁଧ୍ୟାନ କରି ବିଭାଗୀୟ ଶ୍ରମ ଆୟୁକ୍ତ ସୁବାଷ ଚନ୍ଦ୍ର ମଣ୍ଡଳ ଓ ଶ୍ରମ ଅଧିକାରୀ ରବିନ୍ଦ୍ରନାଥ ପାଣିଗ୍ରାହୀ ଆନ୍ଦୋଳନ ସ୍ଥଳରେ ପହଁଚି ମହାସଂଘ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରି ଦାବିଗୁଡିକୁ ଏକ ମାସ ମଧ୍ୟରେ ସମାଧାନ କରାଯିବ଼ ବୋଲି ପ୍ରତିଶୃତି ଦେଇଥିଲେ । ପରେ ସଂଘ ପ୍ରତୀକ ଆନ୍ଦୋଳନ ପ୍ରତ୍ୟାହାର କରିଥିବା ଜଣାପଡିଛି । ଆନ୍ଦୋଳନରେ ସଂଘ ସଭାପତି ନିରଂଜନ ପାତ୍ର, ଉପସଭାପତି ରୁନା ନାଏକ, ଉପସଭାପତି ବଳରାମ କୁଶଲିଆ, ସମ୍ପାଦକ ଖଗେଶ୍ୱର ସିଂହ, ସହସମ୍ପାଦ କଜି ମାଧବ, ଆଡଭାଇଜର ଭବାନୀ ଶଙ୍କର ଜେନା, ଆଡଭାଇଜର ଚିତରଞ୍ଜନ ରାଉତରାୟ, କୋଷାଧ୍ୟକ୍ଷ ଗଣେଶ୍ଵର ହିମିରିକା, ସଦସ୍ୟ ଅଜୟ ବେନିଆ ପ୍ରମୁଖ ନେତୃତ୍ୱ ନେଉଥିବା ଦେଖିବାକୁ ମିଳିଛି ।

jayashree
Leave A Reply

Your email address will not be published.