- ରିବନ କାଟିବାକୁ ଅପେକ୍ଷା କରି କ୍ଷୁବ୍ଧ ଉପମୁଖ୍ୟମନ୍ତ୍ରୀ, ପ୍ରଶାସନ ଉପରେ ପ୍ରଶ୍ନ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ନୋଡାଲ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ବୁଧବାର ଆୟୋଜିତ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାରେ ପ୍ରଶାସନିକ ଅବହେଲା ଭରି ରହିଥିଲା । ଓଡ଼ିଶା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ସମୟରେ ପହଞ୍ଚିଥିବା ସତ୍ତ୍ୱେ ରିବନ କାଟିବା ବ୍ୟବସ୍ଥା ନ ହେବାରୁ କ୍ଷୁବ୍ଧ ହୋଇ ରିବନ ହାତରେ ଟାଣି ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ଚାଷୀ ଓ ମତ୍ସ୍ୟଜୀବୀଙ୍କ ପାଇଁ ଆୟୋଜିତ ମେଳାରେ ସାଧାରଣ ଲୋକ ଓ ଚାଷୀଙ୍କ ଉପସ୍ଥିତି ନଗଣ୍ୟ ଥିବାବେଳେ ଦଳୀୟ କର୍ମୀ ଓ ପ୍ରଶାସନିକ କର୍ମଚାରୀଙ୍କ ଭିଡ଼ ଅଧିକ ଦେଖାଯାଇଥିଲା, ଯାହାକୁ ନେଇ ସାରା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।