ଡିଏଭି ପବ୍ଲିକ ସ୍କୁଲରେ ବାର୍ଷିକ ଉତ୍ସବ ରୌନକ ୨୦୨୫ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ସ୍ଥିତ ଡିଏଭି ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ରୌନକ ୨୦୨୫ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଲୋକନାଥ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ଶିକ୍ଷୟିତ୍ରୀ ଆନନ୍ଦିନୀ ମିଶ୍ର ତଥା ଶିକ୍ଷକ ବିଶ୍ୱନାଥ ସେନାପତିଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବର ମୁଖ୍ୟଅତିଥି ଭାବେ ସୁନ୍ଦରଗଡ଼ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର, ମୁଖ୍ୟବକ୍ତା ଭାବେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଡ. ପ୍ରଫୁଲ୍ଲ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବେ ଡ. ସନାତନ ପ୍ରଧାନ, ଡ. ସୁଜାତା ସାହୁ, ଏସ୍‌. କେ ଯୋଶୀ, ରାଜେଶ ମାଲହୋତ୍ରା, ଇଂ ଆର.ଏନ ମିଶ୍ର, ଡ. ଏସ.କେ ପଟେଲ, ଡା. ଏସ. କେ.ପାତ୍ର, ଡ. ସ୍ୱାତୀରେଖା ମହାନ୍ତି, ଜୁଭେନାଇଲ ବୋର୍ଡର ସଦସ୍ୟା ବବିତା ମହାପାତ୍ର, ଅରବିନ୍ଦ ପାତ୍ର, ସିଦ୍ଧାର୍ଥ ରଥ, ବିଶ୍ରା ବ୍ଲକ ଶିକ୍ଷାଧିକାରୀ ସୁପ୍ରତିକ ବେହେରା ତଥା ଓଡ଼ିଶାର ବିଭିନ୍ନ ଡି.ଏ. ଭି ପବ୍ଲିକ ସ୍କୁଲର ଅଧ୍ୟକ୍ଷ, ଅଧ୍ୟକ୍ଷା ଗଣଙ୍କ ସହ ସହରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ମୁଖ୍ୟଅତିଥି ଡ. ମହାପାତ୍ର ଛାତ୍ରଛାତ୍ରୀଙ୍କ ଶିକ୍ଷା, ସଂସ୍କାର, ଖେଳ ତଥା ଅଭିଭାବକଙ୍କ ଦାୟିତ୍ୱବୋଧ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ପ୍ରଫେସର ଡ. ମହାନ୍ତି ତାଙ୍କ ବକ୍ତବ୍ୟରେ ଡିଏଭି ନାମର ସାର୍ଥକତା, ଛାତ୍ରଛାତ୍ରୀମାନେ ୫ଟି ଏମ୍ (ଟଙ୍କା, ମୋବାଇଲ, ମେସିନ୍, ମଲ୍ ଓ ସର୍ବାଧିକ ଆବଶ୍ୟକତା) ଠାରୁ ଦୂରେଇ ରହିବା, ଶୃଙ୍ଖଳା, ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ । ୱାଚ୍ (ୱାର୍କ, ଆକ୍ସନ, ଥଟ୍, କ୍ୟାରେକ୍ଟର, ହାର୍ଟ) ଉପରେ ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଶିକ୍ଷା କ୍ଷେତ୍ର ଏବଂ କ୍ରୀଡା କ୍ଷେତ୍ରରେ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା । ବିଦ୍ୟାଳୟର ୮୦୦ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ୱାଗତ ନୃତ୍ୟ ଭକ୍ତ ଓ ଭଗବାନ ଏବଂ ଅଭିଭାବକ ମାନଙ୍କୁ ନେଇ ନିଜ ପିଲାମାନଙ୍କ ସହିତ ପରିବେଷଣ କରିଥିବା ଏକ ନୃତ୍ୟ ସମସ୍ତଙ୍କୁ ଆକର୍ଷିତ କରିଥିଲା । ଏହି ଅବସରରେ ବିଦ୍ୟାଳୟର ସ୍ମରଣିକା ରୌନକ ୨୦୨୫କୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ବିଦ୍ୟାଳୟର ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ଶୃଙ୍ଖଳାର ସହ ସେବା ଯୋଗାଇଥିଲେ । ସଙ୍ଗୀତ ଗୁରୁ ବିନୋଦ କୁମାର ଏବଂ ଛାତ୍ରଛାତ୍ରୀଙ୍କୁ ନେଇ ସ୍ୱାଗତ ସଙ୍ଗୀତ ସହିତ ସମସ୍ତ କାର୍ଯ୍ୟକ୍ରମ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସହ ସଂଯୋଜକ ବିଜୟ କୁମାର ମିଶ୍ର, ଜ୍ୟୋତ୍ସ୍ନା ମିଶ୍ର, ବବିତା ଗୁପ୍ତା, ମନୋରଞ୍ଜନ ସ୍ୱାଇଁ, ଜ୍ୟୋତିର୍ମୟୀ ମହାପାତ୍ର, ଅନିତା ମଣ୍ଡଳ, ସ୍ମିତା ସୁଚରିତା, କନକଲତା ମିଶ୍ର, ଅରିଜିତା ଦାସଗୁପ୍ତା, ବୈଜୟନ୍ତି ପଟ୍ଟନାୟକ, ଅଜନ୍ତା ମହାପାତ୍ର, ମଧୁଛନ୍ଦା ମହାନ୍ତି, ସ୍ମିତା ରାୟ, ସୁଲେଖା ପାଣ୍ଡେ, ସନ୍ଧ୍ୟାରାଣୀ ସାହୁ, ସୁମନ୍ତ ପଟେଲ, ପୁଷ୍ପାଙ୍ଗିନୀ ମହାନ୍ତି, ପ୍ରବୀର ମିଶ୍ର, ନିବେଦିତା ପାଣ୍ଡିଆ, ଶର୍ମିଷ୍ଠା ଦାସ, ସୁରେଶ ପଣ୍ଡା ପ୍ରମୁଖ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନାରାୟଣ ପତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.