ଭାଗବତ ସନ୍ଧ୍ୟା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବରଟୋଲି ଗ୍ରାମ ସ୍ଥିତ ଭାଗବତ ଅଗଣାରେ ଭାଗବତ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦିବ୍ୟ ଜୀବନ ସଂଘ ଇସ୍ପାତ ନଗରୀ ଶାଖାର ପୂଜ୍ୟ ବରିଷ୍ଠ ସ୍ଵାମୀ ସ୍ୱରୂପାନନ୍ଦ ସରସ୍ୱତୀ ମହାରାଜ ଯୋଗଦେଇ ଭାଗବତ ଚର୍ଚ୍ଚା କରିଥିଲେ । ତାଙ୍କର ସାରଗର୍ଭକ ଭାଗବତ ତତ୍ତ୍ଵ ଖୁବ୍ ସ୍ପର୍ଶକାତର ଓ ସମ୍ପୂର୍ଣ୍ଣ ସମର୍ପଣର ଏକ ଦିବ୍ୟ ଦର୍ଶନ ଥିଲା । ଏହି କଥାମୃତକୁ ଶ୍ରବଣ କରି ଭକ୍ତମାନେ ଭାବ ବିହ୍ୱଳ ହୋଇ ପଡ଼ିଥିଲେ । ଭାଗବତ ଅଗଣାର ଅଧ୍ୟକ୍ଷ ଅକ୍ଷୟ କୁମାର ଦାସ, ବରଟୋଲି ସାଂସ୍କୃତିକ ପରିଷଦର ସଭାପତି ରମାକାନ୍ତ ସୂତାର ପ୍ରଥମେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିବାବେଳେ ଭାଗବତ ଅଗଣାର ସଭାପତି ସୁପ୍ରଭା ଆଚାର୍ଯ୍ୟ ଓ ଉପସଭାପତି ଧନେଶ୍ଵର ଦାସ ଉତ୍ତରୀୟ ଓ ନାରୀକେଳ ପ୍ରଦାନ କରିଥିଲେ । ସମୀର କୁମାର ପଟ୍ଟନାୟକ, ଗୁରୁ ବନ୍ଦନା କରିଥିଲେ । ଚନ୍ଦ୍ର କାନ୍ତ ପରିଡ଼ା, ତୁଷାରକାନ୍ତ ପଟ୍ଟନାୟକ, ରଞ୍ଜିତ ବିଶ୍ୱାଳ, ଅଶୋକ ରାଉତରାୟ ଭାଗବତ ଅଗଣାର ବହୁ ବରିଷ୍ଠ ମହିଳା ପୁରୁଷ ଉପସ୍ଥିତ ଥିଲେ । ଦିବ୍ୟ ଜୀବନ ସଂଘର ସଭାପତି ଅର୍ଦ୍ଧେନ୍ଦୁ ଶେଖର ଷଡ଼ଙ୍ଗୀ ଏହି ଆଧ୍ୟାତ୍ମିକ ସଂସ୍ଥାକୁ ପ୍ରଶଂସା କରିଥିଲାବେଳେ ଟ୍ରଷ୍ଟି ରାମକୃଷ୍ଣ ତ୍ରିପାଠୀ ସ୍ୱାମୀଜୀଙ୍କ ଦିବ୍ୟ ଜୀବନୀ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଗିରିଧାରୀ ସ୍ୱାଇଁ, ଟ୍ରଷ୍ଟି ଅକ୍ଷୟ ଭୋଇ ବହୁ ମହିଳା ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ସେକ୍ଟର ୭ ସ୍ଥିତ ଇସ୍ପାତ ନଗର କାର୍ଯ୍ୟାଳୟରେ ସ୍ୱାମୀଜୀ ଶ୍ରୀରାମ ଗାଥା ଉପରେ ପ୍ରବଚନ ଦେଇଥିଲେ । ଏହି ଅବସରରେ କବି କୁଞ୍ଜବିହାରୀ ରାଉତଙ୍କୁ ସ୍ୱାମୀଜୀ ସମ୍ବର୍ଦ୍ଧିତ କରିଥିଲେ ।

Leave A Reply

Your email address will not be published.