ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗାନ୍ଧୀପଡିଆ ଠାରେ ଚାଲିଥିବା ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ମହିଳା ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ । ଜିତିବା ହାରିବ ପ୍ରତି ଗୁରୁତ୍ଵ ନ ଦେଇ ଖେଳୁଆଡ ମନୋଭାବ ନେଇ ଆଗକୁ ବଢିବାକୁ ପରାମର୍ଶ ଦେଇଥିଲେ । ଶେଷ ଦିନ ଖେଳ ପ୍ରତିଯୋଗିତାରେ ପାଞ୍ଚ ଗୋଟି ଇଭେଣ୍ଟରେ ମ୍ୟୁଜିକ ଚେୟାର, ସ୍କିପିଂ, ରିଲେ ରେସ, ଟଗ ଅଫ ୱାର ଓ ବିଶେଷ ଆକର୍ଷଣ କୱାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଦୁଇ ଦିନିଆ କ୍ରିଡ଼ା ପ୍ରତିଯୋଗିତାରେ ଚାରି ଗୋଟି ଇଭେଣ୍ଟରେ ଭାଗ ନେଇ ଦୁଇଟିରେ ପ୍ରଥମ ଓ ଦୁଇଟିରେ ଦ୍ୱିତୀୟ ସ୍ଥାନ ଅଧିକାର କରି ପ୍ରଥମ ବର୍ଷର କଳା ଛାତ୍ରୀ କୌଶଲ୍ୟା ବଘାର ଚମ୍ପିୟାନ ବିଜେତା ହେବା ସହ ଅତିଥିଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ସେହିପରି ଗତକାଲି ଏହି କ୍ରୀଡ଼ା ପ୍ରତିଯୋଗିତାକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ପ୍ରୀତିମୟୀ ମିଶ୍ର ଉଦ୍ଘାଟନ କରିଥିଲେ ଓ ଶିକ୍ଷା ସହିତ କ୍ରୀଡ଼ା ମଧ୍ୟ ଜରୁରୀ ଅଟେ ବୋଲି କହିଥିଲେ । କାରଣ କ୍ରୀଡ଼ା ଦ୍ୱାରା ହିଁ ଶରୀର ସୁସ୍ଥ ରହେ ଓ ମନ ପ୍ରଫୁଲ୍ଲ ରହେ ବୋଲି କହିଥିଲେ । ଗତକାଲି ୯ଗୋଟି ଇଭେଣ୍ଟରେ ଖେଳ ପ୍ରତିଯୋଗିତା ପରିଚାଳନା କରା ଯାଇଥିବା ବେଳେ ଖେଳ ଶିକ୍ଷକ ବିଜୟ କୁମାର ଦାଶଙ୍କ ତତ୍ୱାବଧାନରେ ସମସ୍ତ ଖେଳ ଅନୁଷ୍ଠିତ ହୋଇଥିଲା । ଉଦଯାପନୀ ଉତ୍ସବରେ ଇଂରାଜୀ ଅଧ୍ୟାପକ ମଧୁସୂଦନ ପୁଝାରୀ ସଭା ପରିଚାଳନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଏବଂ ଇନ୍ଫିନିଟି ଏକାଡେମୀର କର୍ମକର୍ତ୍ତା ସହଯୋଗ କରିଥିଲେ ।