ରାଜ୍ୟସ୍ତରୀୟ ଶକ୍ତି ସଂରକ୍ଷଣ ମଡେଲ ପ୍ରତିଯୋଗିତାରେ ବଲାଙ୍ଗିରର ପ୍ରତିନିଧିତ୍ୱ

ଭୁବନେଶ୍ଵର : ଡିସେମ୍ବର ୧୪ ତାରିଖ, ୨୦୨୫ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ ଅବସରରେ, ଶକ୍ତି ବିଭାଗ, ଓଡ଼ିଶା ସରକାରଙ୍କ ସର୍ବୋଚ୍ଚ ଯନ୍ତ୍ରୀ (ବିଦ୍ୟୁତ୍‌) ତଥା ପ୍ରମୁଖ ବିଦ୍ୟୁତ୍ ନିରୀକ୍ଷକ ଏବଂ ଏସ୍.ଡି.ଏ. ଆନୁକୂଲ୍ୟରେ, ସି.ଇ.ଏସ୍., ଜଙ୍ଗଳ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସହାୟତାରେ ଭୁବନେଶ୍ଵର ଠାରେ ରାଜ୍ୟ ସ୍ତରୀୟ ଶକ୍ତି ସଂରକ୍ଷଣ ମଡେଲ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରଦର୍ଶନୀରେ ଇକୋ କ୍ଲବ ମାଷ୍ଟର ଟ୍ରେନର ଦିଲ୍ଲୀପ କୁମାର ଧଳଙ୍କ ମାର୍ଗଦର୍ଶନରେ ପ୍ରସ୍ତୁତ ପ୍ରକଳ୍ପ ରେଙ୍ଗାଲି ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରୀ କୁମାରୀ ନିକିତା ରଣାଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା । ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକଳ୍ପ ପ୍ରସ୍ତୁତି କୌଶଳ ସମ୍ବନ୍ଧରେ ପଚାରି ବୁଝିଥିଲେ । ପ୍ରୋଗ୍ରାମ ଅଫିସର ପ୍ରଭାତ ମୋହନ ଦାଶ, ପ୍ରୋଜେକ୍ଟ ଅଫିସର ପ୍ରଶାନ୍ତ ନାୟକ, ସ୍ୱାଗତିକା ମିଶ୍ର ଓ ଭରତ ଜେନାଙ୍କ ସମେତ ବଡ଼ ବାବୁ ତଥା ଅନ୍ୟାନ୍ୟ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ ସମଗ୍ର କାର୍ଯ୍ୟକ୍ରମଟି ସରସ ସୁନ୍ଦର ହୋଇପାରିଥିଲା, ଜିଲ୍ଲା ବିଜ୍ଞାନ ତତ୍ୱାବଧାରକ ନବଘନ ସାହୁ ଉଭୟ ଗାଇଡ଼ ଶିକ୍ଷକ ଓ ଛାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.