ରାଉରକେଲା, (ସସ୍ମିତା ପ୍ରଧାନ) : ପଶ୍ଚିମ ଓଡିଶାର ଅନ୍ୟତମ ମାର୍କେଟ ସୁରୁଚି ବଜାରର ୩୩ବର୍ଷ ପୂର୍ତ୍ତି ପାଳନ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସେକ୍ଟର ୫ ସ୍ଥିତ ସୁରୁଚି ବଜାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ନମ୍ରତା ସେନାପତି ଓ ପଙ୍କଜ ତିୱାରୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଜାରର ପରିଚାଳନା ନିର୍ଦ୍ଦେଶକ ରମେଶ କୁମାର ଅଗ୍ରୱାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଉରକେଲା ତଥା ପଶ୍ଚିମ ଓଡ଼ିଶା ବାସୀଙ୍କ ସହଯୋଗ ପାଇଁ ଆଜି ବିଭିନ୍ନ ସ୍ଥାନରେ ବଜାର ଖୋଲି ଜନସାଧାରଣଙ୍କୁ ସେବା ଦେଇଆସୁଛି । ୧୯୯୨ ମସିହାରୁ ଆରମ୍ଭ ହୋଇଥିବା ଏହି ବଜାର ନିକଟ ଅତୀତରେ ଭୁବନେଶ୍ୱର ଠାରେ ଖୋଲିଥିବା ବେଳେ ନିକଟ ଭବିଷ୍ୟତରେ ଛତିଶଗଡ଼ ଓ ଝାଡ଼ଖଣ୍ଡ ଠାରେ ଏହାର ସୋରୁମ ଖୋଲିବ ବୋଲି ସୂଚନା ଦେଇଥିଲେ । ସେହିପରି ଛେଣ୍ଡ ଅଞ୍ଚଳରେ ଏକ ବଜାର ଖୋଲିବା ପାଇଁ ସ୍ଥିର କରାଯାଇଛି ଓ ଆସନ୍ତା ୫ବର୍ଷ ମଧ୍ୟରେ ସମଗ୍ର ଭାରତବର୍ଷରେ ଏହାର ପରିବର୍ଦ୍ଧିତ ବଜାର ଖୋଲିବା ପାଇଁ ଯୋଜନା ରହିଛି ବୋଲି ଶ୍ରୀ ଅଗ୍ରୱାଲ ସୂଚନା ଦେଇଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କାନ୍ତା ଦେବୀ, ସିଇଓ ରୋନକ ଗୋୟଲ, ଅଞ୍ଜଳି ଅଗ୍ରୱାଲ, ମହା ପ୍ରବନ୍ଧକ କୈଳାଶ ଗର୍ଗ, ସୁନିଲ କୁମାର, ବାସୁଦେବ ପାତ୍ର, ପଙ୍କଜ କୁମାର, ମଞ୍ଜନ ସା, ଗୌରହରି ଖୁଣ୍ଟିଆ, ସଞ୍ଜୟ ନାୟକ, ବିଘ୍ନେଶ ସାହୁ, ବିକାଶ ପଣ୍ଡା, ଦୁର୍ଗାଚରଣ ସାହୁଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।