ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାରେ ଚାଞ୍ଚଲ୍ୟ । ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ମାରିଦେଲା ମଦୁଆ ସ୍ୱାମୀ । ଶେଷରେ ସ୍ୱାମୀର ନୃଶଂସ ଅତ୍ୟାଚାରରେ ପ୍ରାଣ ହରାଇଲେ ନିରୀହ ସ୍ତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ବେଲପଡା ଥାନା କଟାପାଲି ଗ୍ରାମରେ । ମୃତକ ହେଲେ କୂଳବତୀ ପରୁଆ । ନୃଶଂସ ଅଭିଯୁକ୍ତ ସ୍ୱାମୀ ପିଣ୍ଟୁ ପରୁଆ । ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ସ୍ୱାମୀ ପ୍ରତିଦିନ ମଦ ପିଇ ସ୍ତ୍ରୀ କୂଳବତୀଙ୍କ ସହ ଝଗଡା କରୁଥିଲା । କିନ୍ତୁ ଏ ଥର ଝଗଡ଼ା ଶିଖରùe ପହଂଚିଥିଲା । ସ୍ୱାମୀ ଏତେ ରାଗରେ ଜର୍ଜରିତ ହେଲା ଯେ ତା ଆଖିକୁ ଆଉ କିଛି ଦେଖାଗଲା ନାହିଁ । ସବୁ ମଣିଷ ପଣିଆ ଓ ମାନବିକତା ଭୁଲି ଶେଷରେ ନିଜ ସ୍ତ୍ରୀକୁ ଜି@ନ୍ତା ପେଟ୍ରୋଲ ଢାଳି ମାରିଦେଲା । ଖବର ପାଇ କୂଳବତୀଙ୍କ ବାପା ମା’ ଘଟଣାସ୍ଥଳରେ ପହିଛନ୍ତି । ଅଭିଯୋଗ କରିଛନ୍ତି, ମୋ’ ଝିଅକୁ ଏହି ମଦୁଆ ଜ୍ବାଇଁ ମାରିଛି । ଏ ନେଇ ଘଟଣାସ୍ଥଳରେ ବେଲପଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଥାନାକୁ ଆଣି ଅଧିକ ପଚାରାଉଚାର ଚାଲିଛି ବୋଲି ବେଲପଡା ଥାନା ଅଧିକାରୀ ଅନନ୍ତ ପଧାନ କହିଛନ୍ତି ।