
ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ଗାଁ ମାନଙ୍କରେ ପାନୀୟଜଳ ସମସ୍ୟାକୁ ଦୂର କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେବା ସହ ୨୦୨୮ ପର୍ଯ୍ୟନ୍ତ କରାଯାଇଥିବା ଜଳଶକ୍ତି ମିଶନକୁ ଶତପ୍ରତିଶତ କାର୍ଯ୍ୟକ୍ଷମ କରିବାର ଲକ୍ଷ କଣ ରହିଛି ? ଯାହାର ଉତ୍ତରରେ ଜଳଶକ୍ତି ମନ୍ତ୍ରୀ ଶ୍ରୀ ସି. ଆର. ପାଟିଲ କହିଛନ୍ତି ଯେ, ଆଗକୁ ୧୨% ପର୍ଯ୍ୟନ୍ତ ଜଳ ଯୋଗାଣ କ୍ଷମତାକୁ ପୂରଣ କରିବାକୁ ଲକ୍ଷ ରଖିଛନ୍ତି ସରକାର । ପ୍ରତି ଗାଁରେ ମୁଣ୍ଡପିଛା ୫୫ ଲିଟର ପାଣି ଦେବା ପାଇଁ ସରକାର ଯୋଜନା ରଖିଥିବା ମଧ୍ୟ କେନ୍ଦ୍ରମନ୍ତ୍ରୀ ଉତ୍ତର ରଖିଛନ୍ତି । ଅନ୍ୟପଟେ ମନ୍ତ୍ରୀ ସାଂସଦ ଶ୍ରୀ ପୁରୋହିତଙ୍କ ଅନ୍ୟ ଏକା ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, କେନ୍ଦ୍ର ରାଜ୍ୟ ମାନଙ୍କୁ ଯେଉଁ ଅର୍ଥ ପ୍ରଦାନ କରିଛନ୍ତି ତାହା ବିଭିନ୍ନ ରାଜ୍ୟରେ ଠିକ ଭାବରେ କାର୍ଯ୍ୟକାରୀ କରାଯାଇ ନାହିଁ । ତେଣୁ ସମସ୍ତ ରାଜ୍ୟ ସରକାର ଏହି ଦିଗରେ ଉପଯୁକ୍ତ ପଦକ୍ଷପ ନେବା ସହ କାର୍ଯ୍ୟ ପୁରା କରିବା ପରେ ସେମାନଙ୍କର ବକେୟା ଅର୍ଥ ରାଶି କେନ୍ଦ୍ର ସରକାର ଏହା ପରେ ହିଁ ପ୍ରଦାନ କରିବେ ବୋଲି ମନ୍ତ୍ରୀ ସଂସଦରେ ଉତ୍ତର ରଖିଥିଲେ । ଏହା ସହ ବରଗଡ଼ ସଂସଦୀୟ କ୍ଷେତ୍ରରେ ବିଭିନ୍ନ ସ୍ଥାନ ଯଥା ସପିଆ, ପଦ୍ମପୁର, ନରସିଂହଙ୍ଗପୁର, ଗଜାଗୁଡା ଭଳି ସ୍ଥାନରେ ହର ଘର ଜଳ ଯୋଜନାରେ ଠିକାଦାର ମାନଙ୍କ ଦ୍ୱାରା ବ୍ୟାପକ ଜାଲିଆତି ହେତୁ ବିଭିନ୍ନ ସ୍ଥାନରେ ଏଯାଏ ପାଣି ପହଂଚି ପରି ନାହିଁ ତେଣୁ ଏହାକୁ ତଦାରଖ କରିବାକୁ କିଛି ସଂସ୍ଥା ଅଛି କି ବୋଲି ମଧ୍ୟ ସାଂସଦ ପ୍ରଶ୍ନ କରିଥିଲେ । ଯାହାର ଉତ୍ତରରେ ମନ୍ତ୍ରୀ କହିଥିଲେ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁ ଠିକାଦାରମାନେ କାର୍ଯ୍ୟ ସମ୍ପୂର୍ଣ୍ଣ ନ କରିଛନ୍ତି ସେମାନଙ୍କ ବିଲକୁ ସରକାର ପେଣ୍ଡିଙ୍ଗ ରଖିଛନ୍ତି । ଯେ ପର୍ଯ୍ୟନ୍ତ ସେମାନେ ପ୍ରତି ଘରକୁ ପାଣି ନ ପହଞ୍ଞ୍ଚାଇଛନ୍ତି ସେ ପର୍ଯ୍ୟନ୍ତ ତାଙ୍କୁ ବକେୟା ଟଙ୍କା ମିଳିବ ନାହିଁ । ଯାହା ପ୍ରଧାନମନ୍ତ୍ରୀଙ୍କ ଦୃଢ ସଂକଳ୍ପବୋଧତାକୁ ଦର୍ଶାଉଛି । ସେପଟେ ସଂସଦଙ୍କର ଏହି ପ୍ରଶ୍ନ ଫଳରେ ବରଗଡ଼ କ୍ଷେତ୍ରର ଗାଁ ମାନଙ୍କରେ ଥିବା ପାନୀୟ ଜଳ ସମସ୍ୟା ଖୁବଶୀଘ୍ର ଦୂର ହେବ ବୋଲି ଆଶା କରାଯାଇ ପରେ ।