ବଲାଙ୍ଗିର ସଂସ୍କୃତ ପରିଷଦର ମାସିକ ଅଧିବେଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନୃସିଂହ ମନ୍ଦିର ପରିସରେ ସଂସ୍କୃତ ପରିଷଦ ମାସିକ ଅଧିବେଶନ ଆଇନଜୀବୀ ଜୟରାମ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଗିରିଜା ଶଙ୍କର ରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭାରତୀୟ ସଂସ୍କୃତିରେ ନାରୀ ଚରିତ୍ର, ପଂଚକନ୍ୟା, ତଥା ଦୌପଦୀ ଚରିତ୍ର ଅବତରଣ କରିଥିଲେ । ମୁଖ୍ୟବକ୍ତା ରାଜ କିଶୋର ପଣ୍ଡା ଭକ୍ତିର ସଂଜ୍ଞା ନିରୂପଣ କରି ଭକ୍ତି ଆଧାରିତ ବିଭିନ୍ନ ଚରିତ୍ରର ଦୃଷ୍ଟାନ୍ତ ଦେଇଥିଲେ । ଏହି ଅଧିବେଶନରେ ବ୍ରଜ କିଶୋର ପଣ୍ଡା, ପଣ୍ଡିତ ସନ୍ତୋଷ କୁମାର ଶତପଥୀ, ସିତାଂଶୁ ଶେଖର ନାୟକ, ପର୍ଶୁରାମ ନାୟକ, ପ୍ରାଣ ବଲ୍ଲଭ ତ୍ରିପାଠୀ, ନରେନ୍ଦ୍ର କୁମାର ଆଚାର୍ଯ୍ୟ ଅଂଶଗ୍ରହଣ କରିଥିଲେ । ସମ୍ପାଦକ ଗତ ବିବରଣୀ ପଠନ ପରେ ଉପସଭାପତି କେଶବ ଚନ୍ଦ୍ର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.