ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ଵତୀ ଶିଶୁବିଦ୍ୟା ମନ୍ଦିରରେ ବୁଧବାର ସକାଳେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଭାପତି ପଦ୍ମ ଚରଣ ସାହୁ ସଭାପତିତ୍ଵ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଭାରତର ପ୍ରତ୍ୟେକ ନାଗରିକ ସମ୍ବିଧାନକୁ ସୁରକ୍ଷା ଓ ସମ୍ମାନ କିପରି ଦେଇପାରିବେ ସେ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ବିନୋଦ କୁମାର ମିଶ୍ର ସମ୍ବିଧାନ ଦିବସର ପାଳନ ଓ ଆମ କର୍ତ୍ତବ୍ୟ ସମ୍ବନ୍ଧରେ ମାର୍ଗଦର୍ଶନ କରିଥିଲେ । ଶେଷରେ ସମସ୍ତ ଶିଶୁ, ଆଚାର୍ଯ୍ୟ, ଆଚାର୍ଯ୍ୟା ସମ୍ବିଧାନର ସୁରକ୍ଷା ଓ ସମ୍ମାନ ପାଇଁ ଶପଥ ନେଇଥିଲେ । ଏଥିରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଗଣ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ ।