ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବେଲପଡା ବ୍ଲକସ୍ତରୀୟ ବିଜ୍ଞାନ ମେଳା ଦେବାର୍ଚ୍ଚନ ସାହୁ ଉଚ୍ଚ ବିଦ୍ୟାଳୟ ମୁଣ୍ଡାଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବିଜ୍ଞାନ ମେଳାରେ ବେଲପଡା ଶିକ୍ଷା ଅଧିକାରୀ ଅଭିନବ ମିଶ୍ର ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ବିଡ଼ିଓ ରାଜେଶ ମେହେର, ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ ପଦ୍ମନାଭ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ଚତୁର୍ଭୁଜ ମିର୍ଦ୍ଧା ପ୍ରମୁଖ ଯୋଗଦାନ କରିଥିଲେ । ଏହି ବିଜ୍ଞାନ ମେଳାରେ ଅନେକ ବିଦ୍ୟାଳୟରୁ ୧୮୧ଟି ପ୍ରକଳ୍ପ ଆଣିଥିଲେ । ଛାତ୍ରଛାତ୍ରୀ ନିଜ ନିଜ ପ୍ରକଳ୍ପ ବିଷୟରେ ବୁଝାଇଥିଲେ । ଉକ୍ତ ୧୮୧ଟି ପ୍ରକଳ୍ପ ମଧ୍ୟରୁ ଯେଉଁମାନେ ଭଲ ପ୍ରଦର୍ଶନ କରିଛନ୍ତି ତାଙ୍କୁ ଜିଲ୍ଲା ସ୍ତରକୁ ପଠାଇବା ପାଇଁ ମନୋନୀତ କରାଯାଇଛି ।
Prev Post