ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚୁଡାପାଲି ଗ୍ରାମଠାରେ ୨୪ତମ ମାଣବସା ମହାଲକ୍ଷ୍ମୀ ପୂଜା ଏକ ଆଧ୍ୟାତ୍ମିକ ବର୍ଣ୍ଣାଢ୍ୟ ପରିବେଶରେ ମାର୍ଗଶିର ମାସ ସାରା ଅନୁଷ୍ଠିତ ହୋଇଥାଏ । ଏହି ପୂଜନୋତ୍ସବର ଏକ ବିଶେଷ ପରମ୍ପରା ରହିଛି । ମାର୍ଗଶୀର ମାସର ଦ୍ୱିତୀୟ ପାଳି ପରେ ଏକ ବୈଦିକ ରୀତିରେ ବିବାହ ଲଗ୍ନ ସ୍ଥିରକରି ମା’ ଲକ୍ଷ୍ମୀଦେବୀ ଓ ନୃସିଂହ ଭଗବାନଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିବା ସହ ବିବାହ ଉତ୍ସବରେ ସାମିଲ ହୋଇଥିଲେ । ଅନୁଷ୍ଠାନର ସଭାପତି ଗୌନ୍ତିଆ ଲୋକନାଥ କୁମୁରା ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ମନୋଜ କୁମାର ପଟେଲ, ନୀଳମଣି ଦଣ୍ଡସେନା, କପିଳ ବେହେରା, ମନୋଜ ଦଣ୍ଡସେନା, ପ୍ରମୋଦ ନାଏକ, ଶ୍ୟାମ ସୁନ୍ଦର ପୋଡଙ୍କ ସଂପାଦନାରେ କନ୍ୟାପିତା ଭାବେ ନୀଳମଣି ଜାଲ, ମାତା ଶଶିରେଖା ଜାଲ ଓ ବରପିତା ବସନ୍ତ ସାହୁ, ମାତା ମନୋରମା ସାହୁ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ । ପୂଜା କାର୍ଯ୍ୟ ନୀଳମଣି ଷଡଙ୍ଗୀ, କ୍ଷୀରୋଦ୍ର ଷଡଙ୍ଗୀ, ଅନନ୍ତ ଷଡଙ୍ଗୀ ପ୍ରମୁଖ ସମ୍ପାଦନା କରିଥିଲେ । ପ୍ରଥମ ବର୍ଷରେ ୰ ଲମ୍ବୋଦର ଷଡଙ୍ଗୀ, ନୀଳମଣି ଷଡଙ୍ଗୀ, ବେଣୁଧର ବାଗ, ନୀଳମଣି ଦଣ୍ଡସେନା, ରାମ କିଶୋର ଅଗ୍ରୱାଲ ଆରମ୍ଭ କରିଥିଲେ । ବିବାହ ଉତ୍ସବରେ ସଦସ୍ୟ ଦୁଲ୍ଲଭ ପାଣ୍ଡେ, କେଶବ, ଟିନୁ, ପ୍ରଶନ୍ନ, ଗୋଲକ, ଅଭିିନାଶ, ବିନୋଦ, ନବୀନ, ହାଡୁ, ଗୋପାଳ, ରାହୁଲ, ପ୍ରମୋଦ, ସଂଜୟ, ଦୁଃଖିଶ୍ୟାମ, ପ୍ରଶଂନ୍ନ, ଅଂକିତ, ମାର୍କଣ୍ଡ, ଆଲୋକ, ଶଙ୍କର, ବରୁଣ, ରାଜେନ୍ଦ୍ର, ସରୋଜ, ନିଲୁ, ଗଣେଶ, ସରୋଜ, ଦୀପକ, ମୁନା, ରିଙ୍କୁ, ଗୋପାଳ, ଶାନ୍ତ, ପିଣ୍ଟୁ, ସୁମନ୍ତ ।