csstore

କୃତି ଯୁବ ରେଡ଼କ୍ରସ ସ୍ୱେଚ୍ଛାସେବୀ ଶିକ୍ଷା ଓ ପ୍ରଶିକ୍ଷଣ ଶିବିରାର୍ଥୀଙ୍କୁ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ସ୍ତରୀୟ ଯୁବ ରେଡ଼କ୍ରସ ସ୍ୱେଚ୍ଛାସେବୀ ଶିକ୍ଷା ଓ ପ୍ରଶିକ୍ଷଣ ଶିବିରରେ କୃତିତ୍ୱ ପ୍ରଦର୍ଶନ କରିଥିବା ଚାରି ଜଣ ଛାତ୍ରଛାତ୍ରୀଙ୍କୁ ଶନିବାର ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ସୂଚନା ମିଳିଛି । ପୁରୀ ଜିଲ୍ଲାର ନିମାପଡା ସନ୍ନିକଟ ରେଞ୍ଚ ଵାଣିଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଗତ ୧୯ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ଯୁବ ରେଡ଼କ୍ରସ ଶିବିରରେ ଜିଲ୍ଲାର ୩୨ ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ଵିତୀୟ ବର୍ଷ କଳା ଛାତ୍ରୀ ତୃପ୍ତିମୟୀ ବେହେରା ସଂଗୀତରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ତପସ୍ଵିନୀ ମଲ୍ଲିକ ଚିତ୍ରାଙ୍କନରେ ଦ୍ଵିତୀୟ ସ୍ଥାନ, ଇରାରାଣୀ ସୁବୁଦ୍ଧି ବକ୍ତୃତାରେ ତୃତୀୟ ସ୍ଥାନ, ଶୁଭଙ୍କର ସାହୁ ଶ୍ରେଷ୍ଠ ଅଂଶ ଗ୍ରହଣକାରି ଭାବେ ପୁରସ୍କୃତ ହୋଇଛନ୍ତି । ଯୁବ ରେଡ଼କ୍ରସ ପରାମର୍ଶଦାତା ଅଧ୍ୟାପକ ସୁମନ୍ତ ତରାଇ, ସୁମଞ୍ଜୁଳ ବିଶ୍ୱାଳଙ୍କ ସମେତ ଜିଲ୍ଲା ସ୍ତରୀୟ ପରାମର୍ଶଦାତା ଡେଲାଙ୍ଗ ଗାଦିବ୍ରହ୍ମ ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ ତ୍ରିନାଥ ପରିଡାଙ୍କ ମାର୍ଗଦର୍ଶନରେ ଛାତ୍ରଛାତ୍ରୀମାନେ ଏହି ସଫଳତା ପାଇ ବିଦ୍ୟାଳୟକୁ ଗୌରବ ମଣ୍ଡିତ କରିଥିବାରୁ ଶନିବାର ଅଧ୍ୟକ୍ଷା ଡ଼ଃ ସ୍ନେହାଞ୍ଜଳି ମହାନ୍ତିଙ୍କ ଅଧ୍ୟକ୍ଷତାରେ କଲେଜ ପକ୍ଷରୁ ଏହି କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ଅଧ୍ୟକ୍ଷା ଡ଼ଃ ମହାନ୍ତି ଜଣାଇଛନ୍ତି ।

jayashree
Leave A Reply

Your email address will not be published.