ପଞ୍ଚାୟତ ସ୍ତରୀୟ ପ୍ରତିଫଳିତ ଶିକ୍ଷଣ କର୍ମଶାଳା

ଆଗଲପୁର, (ସୁଶିଲ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନୁନିଆପାଲି ପଂଚାୟତର ପାଣ୍ଡେସରା କମ୍ୟୁନିଟି ହଲ ଠାରେ ସ୍ଥାନୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ) ଓ ଅଜିମ ପ୍ରେମଜୀ ଫାଉଣ୍ଡେସନ ସହାୟତାରେ ପରିଚାଳିତ କିଶୋରୀ ମାନଙ୍କ ସାମଗ୍ରିକ ବିକାଶ ସକାଶେ କାର୍ଯ୍ୟକାରୀ ଏସ୍‌ପିଆର୍‌ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରତିଫଳତ ଶିକ୍ଷଣ ଉପରେ ଏକ କର୍ମଶାଳା ଅଯୋଜିତ ହୋଇଯାଇଛି । ଏଥିରେ ଏବିଇଓ ରଜନୀ କୁମାର ସାହୁ, ସିଆର୍‌ସିସି ସନୋଜ କୁମ୍ଭାର, ୱାର୍ଡସଭ୍ୟ ସବିତା ସାହୁ ଏବଂ ପଲ୍ଲୀ ଆଲୋକ ପାଠାଗାରର ସମ୍ପାଦକ ପ୍ରଶାନ୍ତ ନାୟକଙ୍କ ସମେତ ନୁନିଆପାଲି ପଂଚାୟତର କିଶୋରୀ, ଆଶା ତଥା ଅଙ୍ଗନବାଡି କର୍ମୀ ଏବଂ ମହିଳାମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କିଶୋରୀମାନେ ଗତ ଏକ ବର୍ଷର ବିଭିନ୍ନ ବିଷୟବସ୍ତୁ ଯଥା ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁରକ୍ଷା ଉପରେ ଦଳଗତ ଉପସ୍ଥାପନା କରିବା ସହିତ ଶିକ୍ଷା ଅଧିକାର ଆଧାରିତ ନୃତ୍ୟ ପରିବେଷଣ କରିଥିଲେ । ମହକ କିଶୋରୀ ସଂଘର ସଭ୍ୟାମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରକଳ୍ପ ସଂଯୋଜକ ଅଭିଜିତ ମିଶ୍ର, କର୍ମୀ ସୁଶାନ୍ତ ସା, ନମିତା ପଧାନ, ବର୍ଷା ଯୁଆଡ଼ି ପ୍ରମୁଖ ସହଯୋଗ କରିଥିବା ବେଳେ ପ୍ରହଲ୍ଲାଦ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.