ପୌର ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ

ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ସହରର ଏସପି ଅଫିସ ଛକରୁ କାଳୀମନ୍ଦିର ରୋଡ଼ ପର୍ଯ୍ୟନ୍ତ ଜବର ଦଖଲ ଉଚ୍ଛେଦ କଲା ପୌରପ୍ରଶାସନ । ଶୁକ୍ରବାର ମଧ୍ୟାହ୍ନ ସମୟରେ ଜେସିବି ଦ୍ୱାରା ଜବର ଦଖଲ ଉଚ୍ଛେଦ କରାଯାଇଛି । ଏସପି ଅଫିସ ଛକରୁ କାଳୀମନ୍ଦିର ରୋଡ଼ ପର୍ଯ୍ୟନ୍ତ ଜବର ଦଖଲ ରହିଥିବା ବେଳେ ରାସ୍ତା ପ୍ରଶସ୍ତିକରଣ ଓ ଡ୍ରେନ ନିର୍ମାଣ ପାଇଁ ରାସ୍ତା କଡ଼ରେ ରହିଥିବା ଜବର ଦଖଲକାରୀଙ୍କୁ ପୌର ପରିଷଦ ପକ୍ଷରୁ ଜାଗା ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଗତକାଲି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ସରକାରୀ ଜମି ଉପରେ ବା କୋଠା ଗୃହ ସହ ଦୋକାନ ଗୃହ ମାନଙ୍କୁ ଉଚ୍ଛେଦ କରିଛି ପ୍ରଶାସନ ।

Leave A Reply

Your email address will not be published.