ଡୁଙ୍ଗୁରିପାଲି/ଏସ. ରାମପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ କୁଇଜ ପ୍ରତିଯୋଗିତା କନ୍ଦାଗାଡ଼ ଉଚ୍ଚ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷାଧିକାରୀ ଗଣେଶ କିଷାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ମାନଙ୍କ ବୈଜ୍ଞାନିକ ଭାବନାର ବିକାଶରେ ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ କୁଇଜ ପ୍ରତିଯୋଗିତାର ଭୂମିକାକୁ ପ୍ରସଂଶା କରିଥିଲେ । ପଞ୍ଚାୟତ ମହାବିଦ୍ୟାଳୟ ବରଗଡ଼ର ପ୍ରଫେସର ଶାନ୍ତନୁ ସୁନା, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ରାଜକିଶୋର ପଧାନ, ପୂର୍ବତନ ସଭାପତି ବାସୁଦେବ ନାଏକ, ଅତିରିକ୍ତ ଶିକ୍ଷାଧିକାରୀ ଜଗତ ମଲ୍ଲିକ, ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀ ପାଣ୍ଡେ, ବାଙ୍କୀପାଲି ସିଆରସିସି ସୁନୀଲ ସେଟ, ସ୍ଥାନୀୟ ପ୍ରଧାନ ଶିକ୍ଷକ ବିଶ୍ଵାମିତ୍ର ବାରିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଫିତାକାଟି ଉଦଘାଟନ କରିବା ସହ ନିଜ ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଡୁଙ୍ଗୁରିପାଲି ଅଂଚଳର ବିଭିନ୍ନ ବିଦ୍ୟାଳୟର ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ବୈଶାଖୁ ପଧାନ, ନରେନ୍ଦ୍ର ସାହୁ, ଚତୁର୍ଭୁଜ ସାହୁଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ବ୍ଲକ ଶିକ୍ଷାଧିକାରୀ ଗଣେଶ କିଷାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଡୁଙ୍ଗୁରିପାଲି ପଂଚାୟତ ସମିତି ଉପାଧ୍ୟକ୍ଷ ମକରଧ୍ଵଜ ସାହୁ ମୁଖ୍ୟ ଅତିଥି, ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀ ପାଣ୍ଡେ, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ରାଜକିଶୋର ପଧାନ, ପୂର୍ବତନ ସଭାପତି ବାସୁଦେବ ନାଏକ, ଅତିରିକ୍ତ ଶିକ୍ଷାଧିକାରୀ ଗଞ୍ଜଲୁ ମିର୍ଦ୍ଧା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆସନ୍ତା ୨୭ ନଭେମ୍ବରରେ ମହାରାଜା ଉଚ୍ଚ ବିଦ୍ୟାଳୟ ସୋନପୁରରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଓ କୁଇଜ ପ୍ରତିଯୋଗିତାରେ ଅଂଶ ଗ୍ରହଣ ପାଇଁ ଚୟନୀତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ସହ ପୁରସ୍କୃତ କରିଥିଲେ । ବ୍ଲକର ୧୫ଟି କ୍ଲଷ୍ଟରରୁ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଏନସିଟିଏସ୍ ରାଜ୍ୟ ନିର୍ଦ୍ଦେଶକ ବୋର୍ଡ ସଦସ୍ୟ ପ୍ରାଣବନ୍ଧୁ ହୋତା ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନେ ବୈଜ୍ଞାନିକ ମନୋବୃତ୍ତିର ବିକାଶ ପାଇଁ ତତ୍ପର ରହିବା ଉଚିତ ବୋଲି ପରାମର୍ଶ ଦେଇଥିଲେ । ଶିକ୍ଷକ ସଂଜୀବ କୁମାର ସାହୁ ଓ ପଞ୍ଚାନନ ବାରିକ ସଭା ପରିଚାଳନା କରିଥିଲେ । ବିଜ୍ଞାନ ଶିକ୍ଷକ ବିଜୟ କୁମାର ପଣ୍ଡା, ରୋହିତ ଦଣ୍ଡସେନା, ସଚିଦାନନ୍ଦ ବରିହା, ମାନସ ରଞ୍ଜନ ପୂଜାରୀ ବିଚାରକ ଭାବେ ଯୋଗଦେଇ ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ । ବିକଶିତ ଓ ଆତ୍ମନିର୍ଭର ଭାରତ ପାଇଁ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା, ପରିବେଶ ଓ ଗଣିତ ପ୍ରସଙ୍ଗରେ ସ୍ଥାୟୀ କୃଷି, ଆବର୍ଜନା ବିନିଯୋଗ ଓ ପ୍ଲାଷ୍ଟିକର ବିକଳ୍ପ, ସବୁଜ ଶକ୍ତି, ଉନ୍ନତ ପ୍ରଯୁକ୍ତି ବିଦ୍ୟା, ସୃଜନଶୀଳ ଗଣିତ ପ୍ରତିକୃତି, ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତା, ଜଳ ସଂରକ୍ଷଣ ଓ ପରିଚାଳନା ପରି ସାତଟି ଉପ ପ୍ରସଙ୍ଗ ଆଧାରିତ ପ୍ରକଳ୍ପ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା । ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ୧୨୦ଟି ପ୍ରକଳ୍ପ ଓ ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ୨୧ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ବାଳ ବୈଜ୍ଞାନିକ ପ୍ରଦର୍ଶନୀରେ ରାମପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଣତି ମହାପାତ୍ର, ଚେରୁପାଲି ଉଚ୍ଚ ବିଦ୍ୟାଳୟର ସ୍ମିତାରାଣୀ ମିଶ୍ର, ଓଡିଶା ଆଦର୍ଶ ବିଦ୍ୟାଳୟ ଫଟାମୁଣ୍ଡାର ବିଧୁଭୂଷଣ ପାଣ୍ଡିଆ, ଓଡିଶା ଆଦର୍ଶ ବିଦ୍ୟାଳୟ ଫଟାମୁଣ୍ଡାର ଆଦ୍ୟାଶା ଜ୍ୟୋତିରୂପା ବାରିକ, ଚିନାଜୁରୀ ଉଚ୍ଚ ବିଦ୍ୟାଳୟର ଯଶୋଦା ଗରୁଡ଼, ଓଡିଶା ଆଦର୍ଶ ବିଦ୍ୟାଳୟର ପିୟୁଷ ଖମାରୀ, ସମଲେଇଛୁଆଁ ଉଚ୍ଚ ବିଦ୍ୟାଳୟର ଆରିଆନ୍ସ ବିଶ୍ୱାଳ ଜିଲ୍ଲା ସ୍ତର ପାଇଁ ମନୋନୀତ ହୋଇଥିଲେ । ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ମାଧ୍ୟମିକ ସ୍ତରରେ ଚିନାଜୁରୀ ଉଚ୍ଚ ବିଦ୍ୟାଳୟର ଯଶୋଦା ଗରୁଡ଼ ପ୍ରଥମ, ରାମପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଣତି ମହାପାତ୍ର ଦ୍ଵିତୀୟ, ଓଡିଶା ଆଦର୍ଶ ବିଦ୍ୟାଳୟ ଫଟାମୁଣ୍ଡାର ଅଖିଳେଶ ଭୋଇ ତୃତୀୟ, ଉଚ୍ଚ ପ୍ରାଥମିକ ସ୍ତରରେ ଚେରୁପାଲି ଉଚ୍ଚ ବିଦ୍ୟାଳୟର ସ୍ମିତାରାଣୀ ମିଶ୍ର ପ୍ରଥମ, ଓଡିଶା ଆଦର୍ଶ ବିଦ୍ୟାଳୟ ଫଟାମୁଣ୍ଡାର ଆଦ୍ୟାଶା ଜ୍ୟୋତିରୂପା ବାରିକ ଦ୍ଵିତୀୟ, ବନ୍ଧପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗାୟତ୍ରୀ ବଗର୍ତ୍ତୀ ତୃତୀୟ, ପ୍ରାଥମିକ ସ୍ତରରେ ଗିଧମାଲ ପ୍ରାଥମିକ ବିଦ୍ୟାଳୟର ଆଶ୍ରିତା ପଧାନ ପ୍ରଥମ, ବଲେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆକୃତି ପଧାନ ଦ୍ଵିତୀୟ, ଭାଗିଟିକିରା ପ୍ରାଥମିକ ବିଦ୍ୟାଳୟର ସୃତି ପଧାନ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ସଭା ଶେଷରେ ସମ୍ମାନିତ ଅତିଥି ଚିନାଜୁରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଖୁସିରାମ ରଣା ପରବର୍ତ୍ତୀ ବର୍ଷ ବିଜ୍ଞାନ ମେଳା ପାଇଁ ବିଜ୍ଞାନ ପତାକା ଗ୍ରହଣ କରିଥିଲେ । ସିଆର୍ସିସି ସୁରେଶ ନାୟକ, ନୀଳକଣ୍ଠ ନାଏକ, ପ୍ରବୀର ଭୋଇ, ରଞ୍ଜନ ଦାସ, ଶୁଭଲାଲ ସାହୁ, ରାଧେଶ୍ୟାମ ରଥ, ସୁରେନ୍ଦ୍ର ରଥ, ସୌରଭ ସାହୁ, ପ୍ରଦୀପ୍ତକିଶୋର ଦାଶ, ଚିତ୍ତରଞ୍ଜନ ଠାକୁର, ନରେନ୍ଦ୍ର ପୁରୋହିତ, ଦିଲୀପ ପଧାନ, ରମେଶ ଭୋଇ, ସୁଧାଂଶୁ ସାହୁ, ଶିକ୍ଷକ ପ୍ରଦୀପ ପୂଜାରୀ, ଲୋକନାଥ ମେହେର, ଉମାକାନ୍ତ ତ୍ରିପାଠୀ, ଶ୍ରୀକୁମାର ପଟେଲ, ରବିଚନ୍ଦ୍ର ପସାୟତ, ସୋମନାଥ ହାତୀ, ଚନ୍ଦନ ମେହେର, ବିଶ୍ୱନାଥ ମେହେର, ସୁନୀଲ ସାହୁ, ଫଗୁନୁ ନାଏକ, କୃଷ୍ଣଚନ୍ଦ୍ର ବୁଦ୍ଧିଆ, ନୀଳମଣି ଚୌଧୁରୀ, ବୀରେନ୍ଦ୍ର କୁମାର ସାହୁ, ଲକ୍ଷ୍ମୀଧର ବିଶ୍ୱାଳ, ଲକ୍ଷ୍ମୀଧର ମେହେର, ସୁନୀଲ ସାହୁ, ମନୋଜ ପଧାନ, ଥବିର ଦୋରା, ଦିବ୍ୟରଞ୍ଜନ ପଧାନ, ଯୁଧିଷ୍ଠିର ରଣା, ଡମ୍ବରୁ ଧର ଅମାତ, ଶମ୍ଭୁ ପ୍ରସାଦ ନାଏକ, ଗଣନାଥ ତାଣ୍ଡି, ଗୋପୀନାଥ ପାଣ୍ଡେ, ମୁକୁନ୍ଦ ରଥ, ଲଳିତ ବିଶ୍ୱାଳ, ଗରୁଡ଼ଧ୍ୱଜ ଖମାରୀ, ଅଷାଢୁ ବର୍ଗେ, ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସାହୁ, ସୁନିତା ସେଠି, ବବିତା ସାହୁ, ମଞ୍ଜୁଲତା ମିଶ୍ର, ପ୍ରତିମା ପଣ୍ଡା, ପଦ୍ମାସିନୀ ପାଢ଼ୀ, ରୀନା ପଧାନ, ରେଣୁକା ପାତ୍ର, କନ୍ଦାଗାଡ଼ ଉଚ୍ଚ ବିଦ୍ୟାଳୟ ଓ ବ୍ଲକ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ,ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ, ଅବିଭାବକ, ପୁରାତନ ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା ସମିତି ସଭ୍ୟସଭ୍ୟା, କନ୍ଦାଗାଡ଼, ବାଘହାଣ୍ଡି, ଭାଗିଟିକିରା, ଧାତୁକିପାଲି, ଗିଧମାଲ ଓ ଆଖପାଖ ଗ୍ରାମର ଗ୍ରାମବାସୀ, ଅଗ୍ନିଶମ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ସହଯୋଗ କରିଥିଲେ । ବିଜ୍ଞାନ ଉପକରଣ ଷ୍ଟଲ ଓ ପ୍ରାଥମିକ ଚିକିତ୍ସା ଷ୍ଟଲ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରାଯାଇଥିଲା । ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post