ପାଇପ ଫାଟି ରାସ୍ତାରେ ବହୁଛି ପାଣି : ହଇରାଣ ହେଉଛନ୍ତି ଗ୍ରାମବାସୀ

  • ମାସେ ହେଲାଣି ଜଳ ଯୋଗାଣ ଠପ୍
  • ପ୍ରଶାସନ ନୀରବଦ୍ରଷ୍ଟା

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ବଡ଼ବାଙ୍କୀ ପଂଚାୟତ ଅନ୍ତର୍ଗତ ଚାରପାଣି ଗାଁରେ ୨୦୦୦ରୁ ଅଧିକ ଲୋକ ବସବାସ କରୁଛନ୍ତି । ଏହି ଗାଁରେ ପିଇବା ପାଣିର ଘୋର ସମସ୍ୟା ଦେଖାଯାଉଛି । ଶୀତଋତୁରେ ପିଇବା ପାଣିର ଘୋର ସମସ୍ୟା ଦେଖାଦେଲାଣି । ତେବେ ଗ୍ରୀଷ୍ମ ଋତୁରେ କେମିତି ପାଣି ସମସ୍ୟା ହେବ ସେନେଇ ଗ୍ରାମବାସୀ ଚିନ୍ତା ପ୍ରକଟ କଲେଣି । ବସୁଧା ଯୋଜନାରେ ଗାଁକୁ ପିଇବା ପାଣି ଯୋଗଇବାକୁ ସରକାର ବ୍ୟବସ୍ଥା କରୁଥିବା ବେଳେ, ବାସ୍ତବିକ୍ କ୍ଷେତ୍ରରେ ତାର ସଫଳ ରୂପାୟନ ହୋଇ ପାରୁନାହିଁ । ଯାହାଫଳରେ ଉପାନ୍ତରେ ପିଇବା ପାଣିର ଘୋର ସମସ୍ୟା ଦେଖିବାକୁ ମିଳୁଛି । ସୂଚନା ଅନୁସାରେ ଚାରପାଣି ଗାଁରେ ଗତ ମାସେ ହେଲାଣି ପିଇବା ପାଣି ଯୋଗାଉଥିବା ବସୁଧା ଯୋଜନାର ପାଣି ପାଇପ୍ ଫାଟି ଯାଇଛି । ପାଣି ପମ୍ପ ଚାଲୁ କଲେ ରାସ୍ତାରେ ବହୁଛି ପାଣି । ଯାହାଫଳରେ ପମ୍ପ ଅପରେଟର ପାଣି ଚାଲୁ କରିବା ବନ୍ଦ କରିବାକୁ ବାଧ୍ୟ ହେଉଛି । ତେବେ ସରପଞ୍ଚ ଓ ବିଭାଗ ଅଧିକାରୀଙ୍କୁ କହିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଲୋକେ ଗାଁରେ ଖୋଲା କୂଅ, ଗାଡିଆ ପାଣି ପିଇ ବିଭିନ୍ନ ସଂକ୍ରମଣ ରୋଗରେ ପଡିଯାଉଛନ୍ତି । ତେବେ ଶୀଘ୍ର ପିଇବା ପାଣି ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି । ତୁରେକେଲା ବିଡିଓ ପୂର୍ଣ୍ଣାନନ୍ଦ ପଟେଲଙ୍କୁ ପଚାରିବାରୁ ସେ ଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.