ବାପା ପୁସ୍ତକ ଉନ୍ମୋଚନ ଓ ଶୀତ କବିତା ଆସର

  • ବାପା ଭରସାର ପାନ୍ଥଶାଳା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ଓ ସର୍ବ ପୁରାତନ ସାହିତ୍ୟ ଅନଷ୍ଠାନ ବୈଶାଖୀ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଶୀତ କବିତା ଆସର ଓ କବି ସୁଶାନ୍ତ କୁମାର ନାୟକଙ୍କ ସଂପାଦିତ “ବାପା” କବିତା ସଂକଳନ ଉନ୍ମୋଚନ ଉତ୍ସବ, ଇସ୍ପାତ ସାହିତ୍ୟ ସଂସଦ ପରିସରରେ ଅନୁଷ୍ଠିତ ହେଇଯାଇଛି । ଶିକ୍ଷାବିତ ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଡ. ଅଶ୍ୱିନୀ କୁମାର ରାୟ କହିଲେ ଆତ୍ମ ପ୍ରତ୍ୟୟର ଆମ୍ଲାନ ସ୍ୱାକ୍ଷର ବାପା, ଅମୃତ ଉଚ୍ଚାରଣ ଆମ ପରିଚୟର ପର୍ବ । ବୁନ୍ଦାଏ ରକ୍ତରୁ ଯା’ର ସୃଷ୍ଟି ଜୀବନର ଆଦ୍ୟ ଓମ୍ କାର୍ ପ୍ରଣୟ ଝଙ୍କାର । ସେ ଆହୁରି ମଧ୍ୟ କହିଲେ ବାପା ବିଶ୍ୱାସର ଆତ୍ମଲିପି ଆଉ ଭରସାର ପାନ୍ଥଶାଳା ମଧ୍ୟ । ଅନ୍ୟତମ ଆଲୋଚିକା କବି ଅଙ୍ଗୁରବାଳା ପରିଡା ପୁସ୍ତକ ସମୀକ୍ଷା କରିବାକୁ ଯାଇ କହିଲେ ବାପା ସଂକଳନ ବା ସ୍ମରଣିକାରେ ସନ୍ନିବେଶିତ ପ୍ରତ୍ୟେକଟି କବିତା ବାପା ସ୍ମୃତିରେ ତରଳ ଛଳଛଳ ଆଞ୍ଜୁଳାଏ ଲୁହର ଆବେଗ । ମୁଖ୍ୟ ଅତିଥି ଭାବେ ସଂମ୍ବାଦ ସଂସ୍କରଣ ରାଉରକେଲାର ମୁଖ୍ୟ ଲକ୍ଷ୍ମୀ ନାରାୟଣ ହୋତା କହିଲେ ବାପା ଆଶ୍ୱାସନା ଓ ସମ୍ଭାବନାର ଏକ ରସାଳ ବୃକ୍ଷଟିଏ । ଖରା, ବର୍ଷା, ଶୀତ ଜୀବନ ଯାତନାକୁ ଯିଏ ଛାତିରେ ଲୁଚାଇ ଯିଏ ଉଷୁମ ଅନୁଭବ ଦିଅନ୍ତି ସେ ହେଉଛନ୍ତି ବାପା । ବାପା କବିତା ସଂକଳନର ପ୍ରତ୍ୟକଟି କବିତା ତୀବ୍ର ଅନୁଭବର କଥା କଳ୍ପନାକୁ ନେଇ ସୃଷ୍ଟି । ବପା କବିତାକୁ ନେଇ କବି ସୁଶାନ୍ତ କୁମାର ନାୟକଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ପଡିବ । ପ୍ରାରମ୍ଭରେ ସଭାପତି ଶ୍ରୀ ପତି ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ସାଧାରଣ ସଂପାଦକ ଚନ୍ଦ୍ରଧ୍ୱଜ ମାଝୀ ସଂପାଦକୀୟ ପାଠକରବା ସହ ଆଗାମୀ କାର୍ଯ୍ୟକ୍ରମର ରୂପରେଖ ଉପସ୍ଥାପନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବି ପ୍ରତାପ କୁମାର ପଣ୍ଡା ସଭାପତି, ଦୀପ୍ତି ସୁନ୍ଦର ରାୟ ସମ୍ମାନିତ ଅତିଥି ଥିବାବେଳେ କବି କଳ୍ପନା ନନ୍ଦ, କବି ନିରୁପମା ନାୟକ, କବି ସବିତା ପରିଡାଙ୍କ ସଂଯୋଜନାରେ କବି ଅଶୋକ ପଟ୍ଟନାୟକ, ଉପେନ୍ଦ୍ର ବସ୍ତିଆ, ସତ୍ୟବ୍ରତ ଦାଶ, ଦିବାକର ଦାଶ, ବ୍ରଜେନ୍ଦ୍ର ଦାଶ, ନିକୁଞ୍ଜ ବିହାରୀ ଦାଶ, ଅଜୟ ମହାନ୍ତି, ଗୌତମ ଦାସ, ଆର୍ତ୍ତତ୍ରାଣ ମହାପାତ୍ର, ସତ୍ୟନାରାୟଣ ଦାଶ, ଉର୍ବଶୀ ଦାଶପତି, ସସ୍ମିତା ପ୍ରଧାନ, କନକ ଲତା ମିଶ୍ର, କ୍ଷୀରେଶ୍ୱରୀ କିଷାନ, ପ୍ରଫୁଲ୍ଲ ସାମଲ, ସବିତା ପରିଡା, ପ୍ରକାଶ ସେଠୀ, କୁଞ୍ଜ ବିହାରୀ ରାଉତ, ଦୀପ୍ତି ମହାନ୍ତି ପ୍ରମୁଖ ୨୨ଜଣ କବି ବାପା ଶୀର୍ଷକରେ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ.କୃପାସିନ୍ଧୁ ନାୟକ, ଅକ୍ଷୟ ସାମଲ, ଇଂ କିଶୋର ଚନ୍ଦ୍ର ନାୟକ, କାଶୀନାଥ ନନ୍ଦୀ, କାଶୀନାଥ ପାତ୍ର, ବଳରାମ ରାଉଳ, ଗଗନ ବିହାରୀ ଧଳ, ପୀତବାସ ପ୍ରଧାନ, ଭଗବାନ ରାଉତ, ଅକ୍ଷୟ ଦାସ, ଶମ୍ଭୁନାଥ ପରିଡା, ଜଗନ୍ନାଥ ରାଉତ ପ୍ରମୁଖ ସହରର ବହୁ ବୁଦ୍ଧିଜୀବୀ ଓ ସାହିତ୍ୟିକମାନେ ଯୋଗଦାନ କରିଥିଲେ ଶେଷରେ ଦେବବ୍ରତ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.