jsm

ପାନପୋଷ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆରମ୍ଭ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ବେଦବ୍ୟାସ ।ମେଳା ପଡିଆ ଠାରେ ଆଜି ଉଦଘାଟିତ ହୋଇଯାଇଛି ପାନପୋଷ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା । ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କୃଷିକୁ ଉତ୍ସାହିତ କରିବା ଏବଂ ସରକାରଙ୍କ ପକ୍ଷରୁ କୃଷି ସମ୍ବନ୍ଧୀୟ ଦିଆ ଯାଉଥିବା ବିଭିନ୍ନ ସୁବିଧା ସମ୍ପର୍କରେ ଏହି ମେଳାରେ ସୂଚନା ଦିଆଯାଇଛି । ବିଶେଷ କରି କୃଷି ଯନ୍ତ୍ରପାତିରେ ସରକାରଙ୍କ ତରଫରୁ ଚାଷୀଙ୍କୁ ଦିଆ ଯାଉଥିବା ସବସିଡି ବାବଦରେ ଚାଷୀମାନଙ୍କୁ ଅବଗତ କରାଯାଇଥିଲା । ଏବେ କୃଷି କାମ କରିବାକୁ ଶ୍ରମିକ ମିଳୁ ନାହାନ୍ତି । ତେଣୁ ଯନ୍ତ୍ରପାତି ବ୍ୟବହାର ଦ୍ଵାରା ଚାଷ କ୍ଷେତ୍ରରେ ଅଧିକ ଉତ୍ପାଦନ କରାଯାଇ ପାରିବ । ଗୋଟିଏ ସ୍ଥାନରେ କୃଷି ଭିତ୍ତିକ ବିଭିନ୍ନ ଯନ୍ତ୍ରପାତିର ପ୍ରଦର୍ଶନ କରିବା ଏହି ମେଳାର ଉଦ୍ଦେଶ୍ୟ । ଏଠାରେ ଉନ୍ନତ କୃଷି ଯନ୍ତ୍ରପାତିର ପ୍ରଦର୍ଶନ ଓ ବିକ୍ରୟ, ବିଭିନ୍ନ କୃଷି ଯନ୍ତ୍ରପାତି ପାଇଁ ସରକାରୀ ଆର୍ଥିକ ସହାୟତାର ସଚେତନତା, କୃଷି ଓ ଆନୁସଙ୍ଗିକ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡ଼ିକର ପ୍ରଚାର ଓ ପ୍ରସାର, ବ୍ୟାଙ୍କ ସହାୟତା କେନ୍ଦ୍ର ମାଧ୍ୟମରେ କୃଷି ଯନ୍ତ୍ରପାତି ପାଇଁ ଋଣର ସୁଯୋଗ, ନିର୍ଦ୍ଧାରିତ ସରକାରୀ ରିହାତିରେ କୃଷି ଯନ୍ତ୍ରପାତି କ୍ରୟ ନିମନ୍ତେ ଅଗ୍ରୀମ ତତ୍କାଳୀନ ବୁକିଂ ବ୍ୟବସ୍ଥା ଆସନ୍ତା ୧୯ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ହୋଇପାରିବ । ଏହି କାର୍ଯ୍ୟକ୍ରମରେ ଉପ-ଜିଲ୍ଲାପାଳ ବିଜୟ କୁମାର ନାୟକ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୁନ୍ଦରଗଡ଼ ଲାଲ ବିହାରୀ ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଉରକେଲା ଶ୍ରୀମତୀ ସୀମା ଫାତିମା ଏକ୍କା, କୃଷି ଜିଲ୍ଲା ଅଧିକାରୀ, ପାନପୋଷ ଜି. ଜୟନ, ସହାୟକ ଉଦ୍ୟାନ ଚାଷ ନିର୍ଦ୍ଦେଶକ ଦୁଷ୍ମନ୍ତ କୁମାର ବେହେରା, ବରିଷ୍ଠ ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର ରାଉରକେଲା ଡ. ଜୟନ୍ତ କୁମାର ପତି, ବୈଜ୍ଞାନିକ ସମରେନ୍ଦ୍ର ବରାଳ, କୃଷି ଉପ ନିର୍ଦ୍ଦେଶକ ମୃତ୍ତିକା ପରୀକ୍ଷାଗାର ସୁନ୍ଦରଗଡ଼, ଶ୍ରୀମତୀ ଦୀପ୍ତି ପଟେଲ, କାର୍ଯ୍ୟନିର୍ବାହୀ ଇଞ୍ଜିନିୟର (କୃଷି) ସୁନ୍ଦରଗଡ଼ ପରମାନନ୍ଦ ପ୍ରଧାନ, ସହାୟକ କାର୍ଯ୍ୟ ନିର୍ବାହୀ ଇଞ୍ଜିନିୟର (କୃଷି) ପାନପୋଷ ଶ୍ରୀମତୀ ଅଞ୍ଜଳି ଡୁଡୁମ, ସହାୟକ କୃଷି ଇଞ୍ଜିନିୟର ପାନପୋଷ ରିପୁ ସୁଦନ ମାଝି, ସହାୟକ କୃଷି ଇଞ୍ଜିନିୟର ରାଜଗାଙ୍ଗପୁର କୌଶଳ ସା, ସହାୟକ କୃଷି ଇଞ୍ଜିନିୟର ନୂଆଗାଁ ନୀତିଶ କୁମାର, ଜିଲ୍ଲା ପ୍ରବନ୍ଧକ (ଓ.ଏ.ଆଇ.ସି.) ସୁନ୍ଦରଗଡ଼ ସୁବୋଧ ତନୟ ପାଣିଗ୍ରାହୀ, ବ୍ଲକ କୃଷି ଅଧିକାରୀ ନୂଆଗାଁ ସତ୍ୟବ୍ରତ ସାହୁ, ବ୍ଲକ କୃଷି ଅଧିକାରୀ ଲାଠିକଟା ଶ୍ରୀମତୀ ସୁପ୍ରିୟା ଦାସ, ବ୍ଲକ କୃଷି ଅଧିକାରୀ କୁଆରମୁଣ୍ଡା ଶ୍ରୀମତୀ ରାଜଲକ୍ଷ୍ମୀ ମହାନ୍ତି, ବ୍ଲକ କୃଷି ଅଧିକାରୀ ବିଶ୍ରା ମଞ୍ଜୁବାଳା ନାଏକ, ସହାୟକ କୃଷି ଅଧିକାରୀ କୁଆରମୁଣ୍ଡା ଶ୍ରୀମତୀ ନାରାୟଣୀ ମେହେର ଏବଂ ସହାୟକ କୃଷି ଅଧିକାରୀ ହାତୀବାରି ଲିସା ଲିସ୍ମୟୀ ହାନ୍ସଦାହ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । କୃଷି ଯନ୍ତ୍ରପାତି ମେଳାରେ ୪୦ଟି ଷ୍ଟଲ ଲାଗିଛି । ଏହା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ।

yuvodaya
Leave A Reply

Your email address will not be published.