mahavir

ବଲାଙ୍ଗିର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ସ୍ଥାନୀୟ ଆଇଟିଆଇ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ହୃଷିକେଶ ଗଣ୍ଡ, ଗୋଷ୍ଠୀଉନ୍ନୟନ ଅଧିକାରୀ, ବଲାଙ୍ଗିରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସ୍ୱତନ୍ତ୍ର ଅତିଥି ଭାବରେ ଯୋଗଦେଇଥିବାବେଳେ, ସମ୍ମାନିତ ଅତିଥି ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ, ବ୍ଲକ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ହୋତା, ସମିତି ସଭ୍ୟ ଗୋଲାପ ବାଗ, ଜିଲ୍ଲା ପ୍ରାଣୀସମ୍ପଦ ଅଧିକାରୀ ସାରଦା ପ୍ରସାଦ ସିଂ ବରିହା, ଜଳନ୍ଧର ପ୍ରଧାନ, ଉପ ନିର୍ଦେଶକ, ପ୍ରାଣୀସମ୍ପଦ ବିଭାଗ, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରଫୁଲ୍ଲ କୁମାର କଁହର, ସାଂସଦଙ୍କ ପ୍ରତିନିଧି ପୁରୁଷୋତମ ସାହୁ, ରଜନୀକାନ୍ତ ପଣ୍ଡା ସାଧାରଣ ପରିଚାଳକ ବି କେ ଏନ ମିଳ୍କ ୟୁନିଅନ ଯୋଗ ଦେଇଥିଲେ । ବଲାଙ୍ଗିର ବ୍ଲକର ବିଭିନ୍ନ ଗ୍ରାମରୁ ଆସିଥିବା ଜନ ସାଧାରଣ, ଗୋପାଳକ, ମତ୍ସ୍ୟ ଚାଷୀ, କୁକୁଡ଼ା ଚାଷୀ ମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବୁଝାଇ, କିପରି ତାର ଲାଭ ପାଇ ପାରିବେ ତାହା ବୁଝାଇଥିଲେ । ବିଭିନ୍ନ ବିଭାଗର ଷ୍ଟଲରେ ଜନ ସଚେତନତା ପାଇଁ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା ।

Leave A Reply

Your email address will not be published.