ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଦ୍ୟାଭାରତୀର ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶା ଶିକ୍ଷା ବିକାଶ ସମିତିଙ୍କ ଆନୁକୂଲ୍ୟରେ ଛତ୍ରପୁର ସ୍ଥିତ ଶ୍ରୀରାମନଗର ଠାରେ ଅବସ୍ଥାପିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ “ସପ୍ତଶକ୍ତି ସଙ୍ଗମ” ଶନିବାର ଆୟୋଜିତ ହୋଇଯାଇଛି । ବ୍ରହ୍ମପୁରର ନୀଳକଣ୍ଠନଗରସ୍ଥିତ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରର ଆଚାର୍ଯ୍ୟା ସୁଶ୍ରୀ ବିଘ୍ନେଶ୍ୱରୀ ସାହୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଏବଂ ମାତୃମଣ୍ଡଳୀଙ୍କୁ କୁଟୁମ୍ବ ପ୍ରବୋଧନ ଓ ପର୍ଯ୍ୟାବରଣ ବିଷୟରେ ମାର୍ଗଦର୍ଶନ କରିଥିଲେ । ଶିଶୁ ବାଟିକା ପ୍ରମୁଖ ଆଚାର୍ଯ୍ୟା ବି.ସୁଶୀଳା କୁମାରୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସାଂଗକୁ ସ୍ୱାଗତ ସମ୍ଭାଷଣ ମାଧ୍ୟମରେ ନାରୀ ମଧ୍ୟରେ ଥିବା କୀର୍ତ୍ତି ଶ୍ରୀ ବାକ୍ ସ୍ମୃତି ମେଧା ଧୃତି କ୍ଷମା ମେଧା ସପ୍ତଶକ୍ତିର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଶିଶୁଭଉଣୀଙ୍କ ଦ୍ୱାରା ମହିୟସୀ ମହିଳାଙ୍କ ବାର୍ତ୍ତା ଦିଆଯାଇଥିଲା । ଉପ-ସଭାପତି ଗୀତା ପାଢ଼ୀ ଆଶୀର୍ବଚନ ପ୍ରଦାନ କରିଥିଲେ । ଚୟନୀତ ମହିଳାଙ୍କୁ ପୁରସ୍କୃତ ଓ ସଂସ୍କୃତିଜ୍ଞାନ ପ୍ରଶ୍ନମଞ୍ଚ ହୋଇଥିଲା । ଶ୍ରୀମତୀ ରୀନା ପ୍ରଧାନ ସଙ୍କଳ୍ପ ପାଠ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post