ବଙ୍ଗୋମୁଣ୍ଡାରେ କ୍ରିଷ୍ଣା ଲର୍ଣ୍ଣିଙ୍ଗ ସ୍କୁଲ ପକ୍ଷରୁ ରକ୍ତଦାନ ଓ ବ୍ଲଡ଼ ଗ୍ରୁପ ଚିହ୍ନଟ ଶିବିର : ୩୧ ୟୁନିଟ ରକ୍ତ ସଂଗ୍ରହ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା କ୍ରିଷ୍ଣା ଲର୍ଣ୍ଣିଙ୍ଗ ସ୍କୁଲ ପକ୍ଷରୁ ରକ୍ତଦାନ ଓ ବ୍ଲଡ଼ ଗ୍ରୁପ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍କୁଲର ନିର୍ଦ୍ଦେଶକ ରାଜେଶ ଜୈନଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି ଉପସଭାପତି ଶିବାଜୀ ମହାନ୍ତି, ସମ୍ମାନୀୟ ଅତିଥି ଭାବେ ସମାଜସେବୀ ଧରମପାଲ ଜୈନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ୱେଚ୍ଛାକୃତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ୩୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । କଣ୍ଟାବାଞ୍ଜି ରକ୍ତ ଭଣ୍ଡାରର କର୍ମଚାରୀ ବିଶ୍ୱଜିତ ଦେବତା, କୁନାଲ ଦାସ, ଦୁର୍ଗା ତାଣ୍ଡି, ଗୁରୁବାରୁ ରଣା, ପ୍ରଦୀପ ମହାପାତ୍ର, ଶିବ କୁମାର ସାହୁ ସହଯୋଗ କରିଥିଲେ । ଏଥିରେ ପ୍ରିନ୍ସିପାଲ ଉମାଶାଙ୍କର ପାଣିଗ୍ରାହୀଙ୍କ ସହ ଶିକ୍ଷୟିତ୍ରୀ ପ୍ରଗତି ଧର, ପୁଷ୍ପା ସିନ୍ଦୁର, ନଳିନୀ ପାଣିଗ୍ରାହୀ, ପ୍ରତିମା ବାଗ, ସୀମା ସାହୁ, ଅଭିଲିପ୍ସା ମେହେର, ରୋଶନି ଦୀପ, ଚୁମକି ବିନ୍ଧାଣୀ, ଜୟ କୃଷ୍ଣ ମେହେର, ଯମୁନା ସେଠି, ସସ୍ମିତା ପ୍ରଧାନୀ, ଜଗନ୍ନାଥ ପୋଡ଼, ଦୀପକ ବାଗ ପ୍ରମୁଖଙ୍କ ସହ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.