୧୫୦ତମ ବିର୍ସା ମୁଣ୍ଡା ଜୟନ୍ତୀ ପାଳନ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଖର୍ଲିକାନୀ ବିର୍ସା ମୁଣ୍ଡା ପଡିଆରେ ମୁଣ୍ଡା ସମାଜ ଖର୍ଲିକାନୀ (ଡୁଙ୍ଗୁରିପଡା)ଙ୍କ ଆୟୋଜନ କ୍ରମେ ବିପ୍ଲବୀ ଧରତି ଆବା ବିର୍ସା ମୁଣ୍ଡା ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ଭଗବାନ ବିର୍ସାମୁଣ୍ଡାଙ୍କ ପୂଜାର୍ଚ୍ଚନା କରାଯାଇ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟାର୍ପଣ କରାଗଲା । ଭାଗବତ ବାଗ ଜିଲ୍ଲା ସଭାପତି ମୁଣ୍ଡା ସମାଜ ବଲାଙ୍ଗିରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ସମାଜସେବୀ ଅଭିମନ୍ୟୁ ମୁଣ୍ଡା ଓ ମୁଖ୍ୟବକ୍ତା କୁନୁ ମୁଣ୍ଡା ଏବଂ ସମ୍ମାନିତ ଅତିଥି ଭାବେ ମୟ ପ୍ରଧାନୀ ସଭାପତି ଜିଲ୍ଲା ଆଦିବାସୀ ଅଧିକାର ମହାସଂଘ, ବଲାଙ୍ଗିର ଓ ବିଶ୍ୱଜିତ ସିଂ (ଫୁଡ ଇନିସ୍ପେକ୍ଟର), ବିଶ୍ୱଜିତ ଶିଖା, ସତ୍ୟନାରାୟଣ ଭୋଇ, ପୁରୁଷୋତ୍ତମ ଧରୁଆ, ସରିତା ବାଗ ବ୍ଲକ ଚେୟାରମେନ ସଦର ବ୍ଲକ, ବଲାଙ୍ଗିର ପ୍ରମୁଖ ମଂଚାସୀନ ଥିଲେ । ଲଳିତ ମିର୍ଦ୍ଧା ସଭା ପରିଚାଳନା କରିଥିବା ବେଳେ ସୁଧିର ମୁଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ଅଂଚଳରୁ ଆସିଥିବା ଜନଜାତି ନେତୃମଣ୍ଡଳି ରାହାସ ବିହାରୀ ଭୋଇ, ଯଥା ବିଶ୍ୱାଲ, କାଳିନ୍ଦ୍ରୀ ମାଝି, ଭଗବାନ ବାଗ, ମୋହନଲାଲ ଧରୁଆ, ଡୋଳାମଣି ମାଝି, ଟିକେଲାଲ ମୁଣ୍ଡାଙ୍କ ସହିତ ଶହ ଶହ ଆଦିବାସୀ ମହିଳା ପୁରୁଷ ଯୋଗ ଦେଇଥିଲେ ଏବଂ ଆଦିବାସୀ ପାରମ୍ପାରିକ ନୃତ୍ୟ ଗୀତ ପରିବେଷଣ ହୋଇଥିଲା । ମଂଚାସୀନ ଅତିଥିମାନେ ଧରତି ଆବା ବିର୍ସା ମୁଣ୍ଡାଙ୍କ ଉପରେ ମତପ୍ରକାଶ କରିଥିଲେ ।

Leave A Reply

Your email address will not be published.