ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ସାହାଜପାଣି ପଂଚାୟତ ଅଧିନରେ ଥିବା ବାଗଡିଆ ଗ୍ରାମରେ ବିର୍ସା ମୁଣ୍ଡା ଜୟନ୍ତୀ ଜନ ଶିକ୍ଷଣ ସଂସ୍ଥାନ ବଲାଙ୍ଗିର ତରଫରୁ ପାଳନ କରାଯାଇଥିଲା । ଏହି ସଭାରେ ସଂସ୍ଥାର କାର୍ଯ୍ୟକ୍ରମ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମିଶ୍ର, ସହ-କାର୍ଯ୍ୟକ୍ରମ ଅଧିକାରୀ ବିଷ୍ଣୁ ପ୍ରସାଦ ଦାଶ ଏବଂ ବିଦ୍ୟାଧର ସୁନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଉପସ୍ଥିତ ସଭାରେ ମୁଖ୍ୟ ଅତିଥି ଭାବରେ ଧରମସିଂ ଧରୁଆ ଏବଂ ମୁଖ୍ୟବକ୍ତା ଭାବରେ ଛୋଟୁ ନାଗ ଉପସ୍ଥିତ ରହି ବିର୍ସା ମୁଣ୍ଡାଙ୍କର ବଳିଦାନ ବିଷୟରେ କହିଥିଲେ । ଏଜେୱାଇ ସଂସ୍ଥାର ଡିଓ କନକ ବର୍ଦ୍ଧନ ବାରିକ ଉପସ୍ଥିତ ରହି ନିଜର ସୁମତାମତ ପ୍ରଦାନ କରିଥିଲେ । ଶେଷରେ ବିଷ୍ଣୁ ପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଆଖପାଖ ଅଂଚଳର ବହୁତ ଲୋକ ଯୋଗ ଦେଇଥିଲେ ।

Leave A Reply

Your email address will not be published.