ସଇଁତଲା, (ଖୁସିରାଣୀ ସାହୁ) : ଆଜି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, କେରମେଲୀ ଠାରେ ପ୍ରଧାନ ଶିକ୍ଷକଙ୍କ ଅଧକ୍ଷତାରେ ବିଦ୍ୟାଳୟ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ବିଭିନ୍ନ ଶ୍ରେଣୀର ପ୍ରାୟ ୧୮ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏହି ପ୍ରଦର୍ଶନୀକୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚାଣ୍ଡାଳ ମିଶ୍ର ଉଦଘାଟନ କରିଥିବା ବେଳେ ବିଜ୍ଞାନ ଶିକ୍ଷକ ସୁରେଶ ମିଶ୍ର ବିଚାରକ ଭାବେ ଯୋଗଦାନ କରିଥିଲେ । ବିଜ୍ଞାନ ଶିକ୍ଷକ ଶ୍ରୀମତୀ ସୋବିତା ଏକ୍କା ଓ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ମାର୍ଗ ଦର୍ଶନରେ ବିଦ୍ୟାଳୟର ଅନ୍ୟ ଶିକ୍ଷକ/ଶିକ୍ଷିକା ମୋନାଲିସା ମହାପାତ୍ର, ରଶ୍ମିତା ନାୟକ, ପ୍ରଶାନନ୍ଦ ବାଗ, ମିନତୀ ଦାସ, ଗୀତାଞ୍ଜଳି ମାହାକୁର, ଚନ୍ଦ୍ରଶେଖର ସାହୁ, ମଧୁମିତା ପ୍ରଧାନ ଓ ଅନୁପମ ମହାନ୍ତି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ବିଦ୍ୟାଳୟର ବିଜ୍ଞାନ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ/ଶିକ୍ଷିକା ମାନଙ୍କର କାର୍ଯ୍ୟକୁ ପ୍ରଧାନ ଶିକ୍ଷକ ଉଚ୍ଚ ପ୍ରଶଂସା କରିଥିଲେ ।
Prev Post
Next Post