jsm

କିସ୍ ବିଦ୍ୟାଳୟରେ ଜନ ଜାତୀୟ ଗୌରବ ଦିବସ ପାଳିତ

csstore

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ବାଦଲି ଠାରେ ଥିବା କିସ୍ ଆବାସିକ ବିଦ୍ୟାଳୟରେ ଜନ ଜାତୀୟ ଗୌରବ ଦିବସ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡ. ଶିବରାମ ନାୟକ କଳାହାଣ୍ଡି ଘରୋଇ ବିଦ୍ୟାଳୟ ସଂଘର ସଭାପତି, ସମ୍ମାନିତ ଅତିଥି ଭାବେ ରବୀନ୍ଦ୍ର ସାହୁ ବିଶିଷ୍ଟ ଚେସ୍ ପ୍ରଶିକ୍ଷକ, ମୁକୁନ୍ଦ ରେଡ୍ଡୀ ବିଶିଷ୍ଟ ଚିତ୍ର ଶିଳ୍ପୀ, କିସ୍ ବିଦ୍ୟାଳୟର ଉପ-କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁଷ୍ମନ୍ତ କୁମାର ପଧାନ, ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁନୀତା ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଡ. ନାୟକ ବିର୍ସା ମୁଣ୍ଡାର ସଙ୍ଘର୍ଷ ଉପରେ ବକ୍ତବ୍ୟ ପ୍ରଦାନ କରିବା ସହ ଉପସ୍ଥିତ ଛାତ୍ରୀମାନଙ୍କୁ ପାଠ ପଢି କିସ୍ କଳାହାଣ୍ଡିର ନାମ ରଖିବା ସହ କିସ୍ କିଟ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ନାମ ରଖିବ ବୋଲି ଉତ୍ସାହିତ କରିଥିଲେ । ସେହିପରି ସମ୍ମାନିତ ଅତିଥି ରବୀନ୍ଦ୍ର ସାହୁ ମୁଁ ଜଣେ ଚେସ୍ ପ୍ରଶିକ୍ଷକ ଭଲ ଭାବରେ କିସ୍ କିଟ୍ ଓ ଡ. ଅଚ୍ୟୁତ ସାମନ୍ତଙ୍କୁ ଜାଣିଛି କିସ୍ ଗୋଟେ ନାମ ନୁହଁ ଗୋଟେ ବ୍ରାଣ୍ଡ ବୋଲି କହିଥିଲେ । ପରିଶେଷରେ କିସ୍‌ର ଉପ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପଧାନ ଉପସ୍ଥିତ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.