ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଗଞ୍ଜାମ ଜିଲ୍ଲା ଓ ଦୌରାଜଜ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅଶାନ୍ତ କୁମାର ଦାସଙ୍କ ନିର୍ଦ୍ଦେଶନାରେ ଆଇନ ସେବା ପ୍ରାଧିକରଣ ସଚିବ ବ୍ୟୋମକେଶ ନାୟକଙ୍କ ପରିଚାଳନାରେ ଓଡିଶା ଆଦର୍ଶ ବିଦ୍ୟାଳୟ, ଶାସନ ଆମ୍ବ ଗାଁ, ହିଞ୍ଜିଳିକାଟୁ ପରିସରରେ ଶୁକ୍ରବାର ଶିଶୁ ଦିବସ ପାଳନ ସହ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ମୌଳିକ ଅଧିକାର, ପୋକସୋ ଆକ୍ଟ,, ପୋସ ଆକ୍ଟ, ଜେଜେ (ସିପିସି) ଆକ୍ଟ ଉପରେ ଏହି ସଚେତନତା ଶିବିରରେ ଆଲୋଚନା ହୋଇଥଲା । ଆଇନ ସେବା ପ୍ରାଧିକରଣ ସଚିବ ବ୍ୟୋମକେଶ ନାୟକ, ଆଦର୍ଶ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମ ଶେଷରେ ସନ୍ଦୀପ କୁମାର ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମଟି ସଫଳତାର ସହିତ ସଚିବ ଡିଏଲଏସଏ, ଗଞ୍ଜାମଙ୍କ ଦ୍ୱାରା ପରିଚାଳିତ ହୋଇଥିଲା ।