ମହକ କିଶୋରୀ ସଂଗଠନ ତରଫରୁ ଶିଶୁ ଦିବସ ପାଳିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ଓ ଗ୍ରାମ୍ୟ ଅଙ୍ଗନବାଡିକର୍ମୀଙ୍କ ମିଳିତ ଆନୁକୂଲ୍ୟରେ ନୁନିଆପାଲି ଗ୍ରାମ ପଂଚାୟତର ପାଣ୍ଡେସରା, ଝାଙ୍କରପାଲି ଓ ଝରଣିପାଲି ଗ୍ରାମରେ ଗ୍ରାମରେ ଥିବା ମହକ କିଶୋରୀ ସଂଘ ସଭ୍ୟାଙ୍କୁ ନେଇ ‘ଶିଶୁ ଦିବସ’ପାଳିତ ହୋଇଯାଇଛି । ପ୍ରଥମେ ଜବାହରଲାଲ ନେହେରୁଙ୍କୁ ଫଟୋରେ ପୁଷ୍ପମାଲ୍ୟ ଦେଇ କାର୍ଯ୍ୟକ୍ରମକୁ ଆଗକୁ ନିଆଗଲା । ଏଥିରେ ଗ୍ରାମର କିଶୋରୀ ସମେତ ମହିଳା ଅଭିଭାବକମାନେ ଉପସ୍ଥିତ ଥିଲେ । ଶିଶୁ ଦିବସର ଉଦ୍ଦେଶ୍ୟ ଓ ବତ୍‌ର୍ତ୍ତମାନ ସମୟରେ ଶିଶୁ ଓ ତାର ଅଧିକାର ଭିତ୍ତିକ ବ୍ୟବସ୍ତା ଉପରେ ଆଲୋଚନା କରିବା ଓ ଶିଶୁଟି ପ୍ରତେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ପ୍ରଦାନ କରିବା ଏବଂ ସେମାନଙ୍କ ଆତ୍ମବିଶ୍ଵାସ ତଥା ସୃଜନଶୀଳ ପ୍ରକାଶନ ପାଇଁ ଏକ ମଞ୍ଚ ପ୍ରଦାନ କରିବା ଉପରେ ଅୟୋଜିତ ବୈଠକରେ ଆଲୋଚନା କରାଯାଇଥିଲ । ତା’ପରେ କିଶୋରୀଙ୍କୁ ନେଇ ରେଲି, ମ୍ୟୁଜିକ ଚେୟାର, କୁଇଜ, ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇ ଉତ୍ତୀର୍ଣ୍ଣ କିଶୋରୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ପଲ୍ଲୀ ଆଲୋକ ପାଠାଗାର ପ୍ରହଲ୍ଲାଦ ପଧାନ, ସୁଶାନ୍ତ ସା, ନମିତା ପଧାନ, ବର୍ଷା ଯୁଆଡ଼ିଙ୍କ ସମେତ ରଶ୍ମି ରେଖା ସାହୁ, ଦଶମୀ ତାଣ୍ଡି ଓ ଗୋପେଶ୍ୱରୀ ପଧାନ ପରିଚାଳନା କରିଥିଲେ ।

Leave A Reply

Your email address will not be published.