ଅଦ୍ଭୁତ ଘଟଣା, ସାଇବାବାଙ୍କ ମଥାରୁ ଝରୁଛି ବିଭୂତି

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ସାଇବାବାଙ୍କ ମଥାରୁ ଝରୁଛି ବିଭୂତି । ଏ ଭଳି ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ମାଝିଗୁଡା ପଞ୍ଚାୟତ ସଦର ବ୍ୟାଙ୍କ ସାହିର ପି. ସାବିତ୍ରୀ ଆମ୍ମାଙ୍କ ଘରେ । ସେ କହିଛନ୍ତି ଯେ, ୨୦୦୭ ମସିହା ଶ୍ରୀ ଗୁଣ୍ଡିଚା ବେଳେ ବିଭୂତି ବାହାରି ବାହୁଡ଼ା ବେଳେ ବନ୍ଦ ହୋଇଥିଲା । ପୁଣି ୧୮ ବର୍ଷ ପରେ ଗତ ମଙ୍ଗଳବାର ସନ୍ଧ୍ୟା ୬ଟାରେ ସବିତ୍ରୀଙ୍କ ସାଙ୍ଗ ଆପାଲା ନର୍ସିମା ବାବାଙ୍କ ଫଟୋରୁ ଏକ ରଙ୍ଗୀନ ଉଜ୍ଜ୍ୱଳ ଆଲୁଅ ହେଉଥିବା ଦେଖି ସାଙ୍ଗେ ସାଙ୍ଗେ ସାବିତ୍ରୀ ଆମ୍ମାକୁ ଜଣାଇଥିଲା । ତା ପରେ ଦୁଇ ସାଙ୍ଗ ଆଲୋଚନା କରି ଟିକେ ଟିକେ ବିଭୂତି ବାହାରି ଥିବାର ଦୃଶ୍ୟ ଦେଖି ଆଚମ୍ବିତ ହୋଇଥିଲେ । ଏହା ପରେ ସାହି ପଡିଶାଙ୍କୁ କହିଥିଲେ । ବର୍ତ୍ତମାନ ଆଖପାଖ ଅଞ୍ଚଳରୁ ଲୋକମାନେ ସାଇ ବାବାଙ୍କ ମଥାରୁ ବାହାରୁଥିବା ବିଭୂତିକୁ ଦର୍ଶନ କରି ଆସୁଥିବା ଦେଖିବାକୁ ମିଳିଛି । ସାବିତ୍ରୀ ଆମ୍ମାଙ୍କ ସୂଚନା ଅନୁଯାୟୀ ସେ ମେ ମାସରେ ବହୁତ ଅସୁସ୍ଥ ହୋଇ କୋମାକୁ ଚାଲିଯାଇଥିଲେ । ତାଙ୍କୁ ଦେଖି ଡାକ୍ତର ବଞ୍ଚିବେ ନାହିଁ ବୋଲି କହିଥିବା ବେଳେ ତାଙ୍କୁ ସାଇବାବା ବଞ୍ଚାଇ ଥିବା କୋହ ଭରା କଣ୍ଠରେ ସେ କହିଛନ୍ତି । ସାଇବାବାଙ୍କ ମଥାରୁ ବିଭୂତି ବାହାରୁଥିବା ଘଟଣା ପ୍ରଥମ ଥର ହୋଇ ଥିବାରୁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.