- ମାଣ୍ଡିଆ ଚାହା ପିଇ ମିଶନ ଶକ୍ତି ମହିଳାଙ୍କୁ କଲେ ପ୍ରଂଶସା
ସଇଁତଲା, (ଖୁସିରାଣୀ ସାହୁ) : ସଇଁତଲା ବ୍ଲକ ସ୍ଥାନୀୟ ରେଲୱେ ଷ୍ଟେସନ ଖେଳ ପଡିଆ ଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମେଳା ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାଷୀଙ୍କ ସମୃଦ୍ଧି ଓ ଜୀବିକା ସନ୍ଧାନ ନେଇ ଡବଲ ଇଞ୍ଜିନ ସରକାର ପ୍ରତ୍ୟେକ ବ୍ଲକରେ ବିକଳ୍ପ ଭାବେ ମତ୍ସ୍ୟ ଚାଷ ସହ ଗୋପାଳନ, ଦୁଗ୍ଧ ଚାଷ, କୁକୁଡ଼ା ଚାଷ, ଅଣ୍ଡା ଉତ୍ପାଦନ ସହ ସ୍ୱାବଲମ୍ବୀ ହେବା ନେଇ ଅନେକ ରିହାତି ଯୋଜନା ପ୍ରଣୟନ କରିଥିବା କହିଥିଲେ । ଚାଷୀ ଭାଇ ଏନେଇ ଆଗେଇ ଆସିବା ସହ ରାଜ୍ୟ ତଥା ଦେଶ ସମୃଦ୍ଧିରେ ଯୋଗଦାନ କରିବାକୁ ବିଧାୟକ ଆହ୍ୱାନ କରିଥିଲେ । ପରେ ମିଶନ ଶକ୍ତିଙ୍କ ଦ୍ୱାରା ତିଆରି ହୋଇ ଥିବା ଆରିସା ପିଠା ଓ ମାଣ୍ଡିଆ ଚାହା ପିଇବା ସହ ପ୍ରଶଂସା ମଧ୍ୟ କରିଥିଲେ ବିଧାୟକ । ବ୍ଲକ ଅଧ୍ୟକ୍ଷା ମୋନାକା ସିଂ ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ପରେ ରାଜ୍ୟ ସରକାରଙ୍କ ବିଭିନ୍ନ ସହାୟତା ରାଶିକୁ ଚାଷୀ ମାନଙ୍କୁ ଚେକ ମାଧ୍ୟମରେ ପ୍ରଦାନ କରିଥିଲେ ।